ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ବାଙ୍ଗିରିପୋଷି ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟର ଆକାଉଣ୍ଟାଣ୍ଟ

ମୟୂରଭଞ୍ଜ(କେନ୍ୟୁଜ୍) : ଲାଞ୍ଚ ନେଇ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାଙ୍ଗିରିପୋଷି ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟର ଆକାଉଣ୍ଟାଣ୍ଟ ମନୋରଞ୍ଜନ ବେହେରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏଥିସହିତ, ଭିଜିଲାନ୍ସ ଟିମ୍ ବିଇଓ କାର୍ୟ୍ୟାଳୟଉପରେ କରିଛନ୍ତି। ଭିଜିଲାନ୍ସ ସୂଚନା ଅନୁସାରେ, ଆକାଉଣ୍ଟାଣ୍ଟ ଶ୍ରୀ ବେହେରା କୁସୁମବନ୍ଦ ପଞ୍ଚାୟତ ହିଜିଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ବିଶାଳ ମୁର୍ମୁଙ୍କ ଇନ୍କ୍ରିମେଣ୍ଟ ବିଲ ପାସ୍ କରାଇବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଯାଇଛନ୍ତି। ଏହାପରେ ତାଙ୍କୁ ଗିରଫ କରାଯାଇଛି। ତେବେ, ଏହି ଲାଞ୍ଚ ଘଟଣାରେ ଆଉ ୨ ଜଣ ଅଧିକାରୀ ସମ୍ପୃକ୍ତ ଥିବା ଶ୍ରୀ ବେହେରା ପାଲଟା ଅଭିଯୋଗ କରିଛନ୍ତି।