Below header

ପଶ୍ଚିମ ଓଡ଼ିଶାରେ ଜୋର ଧରୁଛି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି , ୭୨ଘଣ୍ଟିଆ ଅର୍ଥନୈତିକ ଅବରୋଧ

କେନ୍ୟୁଜ୍ : ପଶ୍ଚିମ ଓଡ଼ିଶାରେ ତେଜୁଛି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଆନ୍ଦୋଳନକୁ ଜୋରଦାର କରିବାକୁ ଆଜିଠାରୁ ୭୨ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯାଇଛି। ଫଳରେ ସଡ଼କ ଓ ରେଳପଥରେ ମାଲପରିବହନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସୋନପୁର ଜିଲ୍ଲା ମଧ୍ୟ ଦେଇ କୌଣସି ମାଲ ପରିବହନ ହେବନାହିଁ। ଏହି ସମୟରେ ବ୍ୟାଙ୍କ ମଧ୍ୟ ବନ୍ଦ ରଖାଯିବ। ସମ୍ବଲପୁରରେ ଚାରି ମାସରୁ ଅଧିକ ସମୟ ଧରି ଚାଲିଛି ଓକିଲଙ୍କ ଆନ୍ଦୋଳନ। ସମସ୍ତ କୋର୍ଟ କଚେରୀ ବନ୍ଦ ରଖାଯିବା ସହ ସରକାରୀ କାର‌୍ୟ୍ୟାଳୟ ବନ୍ଦ ରହିଛି। ଗତ ମାସରେ ୪୮ଘଣ୍ଟିଆ ପଶ୍ଚିମ ଓଡ଼ିଶା ମହାବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା। ତେବେ କୌଣସି ସମାଧାନ ନହେବାରୁ ଓକିଲ ସଂଘ ସମୁହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜିଠାରୁ ତିନି ଦିନ ଧରି ଅର୍ଥନୈତିକ ଅବରୋଧ କରାଯାଉଛି।

kalahandiସେପଟେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ। ଜିଲ୍ଲା ଓକିଲ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ବନ୍ଦ ପାଳନ କରାଯାଉଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତାରୋକ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଗାଡି ଚଳାଚଳ ଠପ୍‌ ହୋଇଯିବା ସହ ଦୋକାନ, ବଜାର ବନ୍ଦ ରହିଛି। ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମର୍ଥନ କରାଯାଇଛି। ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗତ ୨୪ତାରିଖରେ ମଧ୍ୟ କଳାହାଣ୍ଡି ବନ୍ଦ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.