Below header

କିସ୍ ବିଶ୍ବବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଜ୍ୟପାଳ ରଘୁବର ଦାସ

କିସ୍ ବିଶ୍ବବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ। ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ। ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ । ଦୃଢ଼ ମନୋବଳ ଓ ଇଚ୍ଛଶକ୍ତି ଥିଲେ ସଫଳତା ମିଳିପାରିବ । 

କିସ୍ ବିଶ୍ବବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ। ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ। ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ । ଦୃଢ଼ ମନୋବଳ ଓ ଇଚ୍ଛଶକ୍ତି ଥିଲେ ସଫଳତା ମିଳିପାରିବ ।  ତୃତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ । କିସ୍ ବିଶ୍ୱବିଦ୍ୟାଳୟର  କିସ୍ ଥିବାରୁ ଓଡ଼ିଶା ଓ ଝାରଖଣ୍ଡର ବହୁ ସଂଖ୍ୟାରେ ଜନଜାତି ଛାତ୍ରଛାତ୍ରୀ ପାଠ ପଢି ପାରୁଛନ୍ତି ।

ବିଶ୍ବର ସର୍ବବୃହତ ଜନଜାତି ଆବାସିକ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଛି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ ‘କିସ୍’ ବୋଲି କହିଥିଲେ ରାଜ୍ୟପାଳ ରଘୁବର ଦାସ । ଏଥି ସହ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଜି-୨୦ ଶେର୍ପା ତଥା ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ସମାବର୍ତ୍ତନ ସମାରୋହରେ ଦୀକ୍ଷାନ୍ତ ଅଭିଭାଷଣ ରଖିଥିଲେ ।  ତିନିଥର ଗ୍ରାମୀ ପୁରସ୍କାର ବିଜେତା ଅନ୍ତର୍ଜାତୀୟ ସ୍ତରର ପ୍ରସିଦ୍ଧ ଭାରତୀୟ ସଂଗୀତଜ୍ଞ ରିକି କେଜ୍ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ।  ଏହି ଅବସରରେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ପ୍ରଦାନ କରାଯାଇଛି ।

ଏହା ବ୍ୟତୀତ ଋଷିକେଶ ପରାମାର୍ଥ ନିକେତନ ଆଶ୍ରମର ଅଧ୍ୟକ୍ଷ ତଥା ଆଧ୍ୟାତ୍ମିକ ମୁଖ୍ୟ ସ୍ବାମୀ ଚିଦାନନ୍ଦ ସରସ୍ବତୀ ଓ ସିଙ୍ଗାପୁର ମନିଟାରୀ ଅଥରିଟୀର ମୁଖ୍ୟ ଫିନଟେକ୍ ଅଫିସର ତଥା ବୋର୍ଡ଼ ଅଫ୍ ଇଲେଭାଣ୍ଡି ସିଙ୍ଗାପୁର ଅଧ୍ୟକ୍ଷ ସ୍ବପ୍ନେନ୍ଦୁ ମହାନ୍ତିଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସଫଳତା ଓ ସମାଜ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ ନିମନ୍ତେ କିସ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରାଯାଇଛି ।

ସମାରୋହରେ କିସ୍ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର, ଏମଫିଲ ଏବଂ ପିଏଚଡି ଡିଗ୍ରୀରେ କୃତାକାର୍ଯ୍ୟ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ପ୍ରତିଷ୍ଠାତା ସ୍ବର୍ଣ୍ଣପଦକ, କୁଳାଧିପତି, ସ୍ବର୍ଣ୍ଣପଦକ ଓ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଛି । ସେହିପରି ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ କହିଥିଲେ, ସାରା ବିଶ୍ବରେ କିସ୍ ଭଳି ଅନୁଷ୍ଠାନ ଦେଖି ନାହାନ୍ତି । ଏଭଳି ଅଭିନବ ପ୍ରୟାସ ପାଇଁ ଅତିଥିମାନେ ଡ. ସାମନ୍ତଙ୍କୁ ଭୂୟଶୀ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.