ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ

ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ। ଏଥିପାଇଁ ଆଜି ସନ୍ଧ୍ୟାରେ କାରକେଡ ରିହାର୍ଶଲ୍ ହୋଇଛି।

ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ। ଏଥିପାଇଁ ଆଜି ସନ୍ଧ୍ୟାରେ କାରକେଡ ରିହାର୍ଶଲ୍ ହୋଇଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ତ୍ୱାବଧାନରେ ହୋଇଛି କର୍କେଡ ରିହାର୍ଶଲ୍। ରାଷ୍ଟ୍ରପତି ଆସନ୍ତାକାଲି ସନ୍ଧ୍ୟା ୬ ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ।

ସେଠାରୁ ସେ ସିଧାସଳଖ ରାଜ ଭବନ ଯିବେ। ରାଷ୍ଟ୍ରପତିଙ୍କ କାରକେଡ ଯିବା ସମୟରେ ଟ୍ରାଫିକ କଟକଣା ରହିବ। ଏଥିପାଇଁ ସୁରକ୍ଷା ଦାୟିତ୍ୱରେ DCP ପ୍ରତୀକ ସିଂ ଦାୟିତ୍ୱରେ ରହିବେ। ପୋଲିସ କମିଶନର ଏହାକୁ ତଦାରଖ କରିବେ। ୧୬ପ୍ଲାଟୁନ ପୋଲିସ ମୁତୟନ ରହିବେ।

୧୦୦ ରୁ ଅଧିକ ପୋଲିସ ରହିବେ। ସେହିପରି ସେ ରାଜଭବନ ରେ ରହିବା ସମୟରେ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୭ ତାରିଖ ସକାଳେ ରାଜଭବନରୁ ଏୟାରପୋର୍ଟ ଦେଇ ହେଲିକପଟରରେ ପାରାଦ୍ଵୀପ ଯିବେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପାଇଁ। ସେଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.