Below header

କରୋନା ପାଇଁ ଆହାର କେନ୍ଦ୍ରର ସମୟ ବୃଦ୍ଧି: ସବୁ ଜିଲ୍ଲାପାଳଙ୍କୁ ଚିଠି, ଏଣିକି ୧୦ଟାରୁ ୪ଟା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ଖାଦ୍ୟ

ଭୁବନେଶ୍ବର: କରୋନା ପାଇଁ ଆହାର କେନ୍ଦ୍ର ଗୁଡିକରେ କଟକଣା । ସବୁ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଆହାର ଦେବାର ସମୟକୁ ବୃଦ୍ଧି କରାଯାଇଛି । ଏଣିକି ୧୦ଟାରୁ ୪ଟା ପର୍ଯ୍ୟନ୍ତ ଆହାର ଯୋଗାଇ ଦିଆଯିବ । ଆହର କେନ୍ଦ୍ରରେ ଲାଗୁଥିବା ଲାଇନ୍‌ରେ ଦେଢ ମିଟର ଦୂରତାରେ ଛିଡା ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆହାର କେନ୍ଦ୍ରର ପ୍ରବେଶ ପଥରେ ପରିଷ୍କାର ରଖିବା ସହ ହ୍ୟାଣ୍ଡଓ୍ଵାସ୍‌ ରଖାଯିବ । ଲୋକେ ଲାଇନ୍‌ରେ ଛିଡା ହେବା ପୂର୍ବରୁ ହାତ ଧୋଇ ଛିଡା ହେବେ । ଆହାର କେନ୍ଦ୍ର ଭିତରେ ମଧ୍ୟ ପରିଷ୍କାର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.