କେବେ ଦେଖିଛନ୍ତି କି ଏମିତି ଏକ ଅଜବ ଜୀବ ! ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହାର ଭିଡିଓ

ବିଭିନ୍ନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକ ମାନେ ଯେମିତି ଏକ ପ୍ରକାର ଚିନ୍ତାରେ ପଡି ଯାଇଛନ୍ତି । ପ୍ରକୃତରେ ଏହି ଭିଡିଓଟିକୁ ସେୟାର କରିଛନ୍ତି ଭାରତୀୟ ଜଙ୍ଗଲ ସେବାର କାର୍ଯ୍ୟରତ ଜଣେ ଅଫିସର । ଭିଡିଓ ଟିରେ ଦେଖାଯାଇଛିକେ ଏକ ଅଜବ ପ୍ରକାରର ଜୀବ ଧୀରେ ଧୀରେ ଗଛ ଉପରେ ଚଢ଼ୁଛି ଓ ଓଲ୍ହାଉଛି । ଜୀବଟି କିଛି ମାତ୍ରାରେ ଏକ ଏଣ୍ଡୁଅ ପରି ହିଁ ଦେଖାଯାଉଛି । ଭିଡିଓ ଟିକୁ ଦେଖି ଲୋକ ମାନେ ବି ଜୀବ ଟିକୁ ନେଇ ଦ୍ବନ୍ଦରେ ପଡୁଛନ୍ତି ।

ଫରେଷ୍ଟ ଅଫିସର କାସବନ ଭିଡିଓଟି ମାଧ୍ୟମରେ ପ୍ରକୃତି ଭିତରେ ଲୁଚି ରହିଥିବା ଗୁଢ ରହସ୍ୟ ଗୁଡିକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛନ୍ତି । କେମିତି ଆମେ ଅନେକ ସମୟରେ ପ୍ରକୃତିକୁ ଭଲ ଭାବେ ଦେଖିବାକୁ ବା ଅନୁଭବ କରିବାକୁ ଅସଫଳ ରହିଥାଉ ସେ ବିଷୟରେ ବି ବର୍ଣ୍ଣନା କରିଛନ୍ତି । ଭିଡିଓ ଟିର କ୍ୟାପ୍ସନରେ କାସବନ ଲେଖିଛନ୍ତିଯେ, ଆମ ପ୍ରକୃତି ଖୁବ ସତର୍କତାର ସହ ଏହି ବିଶ୍ୱକୁ ସୃଷ୍ଟି କରିଛି । ମୋର ବିଶ୍ୱାସ କରନ୍ତି ଆପଣ କେବେବି ସୃଷ୍ଟିର ଏପରି ଏକ ବିରଳ ଦୃଶ୍ୟ ଦେଖି ନଥିବେ ।

୪୪ ସେକେଣ୍ଡର ଏହି ଭିଡିଓଟି ଖୁବ ତୀବ୍ର ଭାବେ ବିଭିନ୍ନ ସୋସିଆଲ ମିଡ଼ିଆ ଗୁଡିକରେ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓ ଟିକୁ ଏଯାବତ ୫ ହଜାର ଲୋକ ଦେଖିବା ସହ ୨ ହଜାରରୁ ଅଧିକ ଲାଇକ କରି ସାରିଲେଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.