କଟକ ଗୋପାଳପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୨ ପ୍ଲାଟୁନ ଫୋର୍ସ ସହ ୩ ଅଫିସର ମୁତୟନ

ନରସିଂପୁର(କେନ୍ଯୁଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । କଟକ ଜିଲ୍ଲା ବଡମ୍ବା ବ୍ଲକ ଗୋପାଳପୁର ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଗୋପାଳପୁର ସରପଞ୍ଚ ବାଟକୃଷ୍ଟ ଅତବୁଦ୍ଧି ଓ ତାଙ୍କ ଭାଇ ସହ ଗୋପବନ୍ଧୁ କ୍ଲବର ସଦସ୍ୟଙ୍କ ଭିତରେ କିଛିଦିନ ହେବ ବିବାଦ ଲାଗିରହିଥିଲା। ଯାହା ଏବେ ଉଗ୍ର ରୂପ ନେଇଛି।

ପୂର୍ବରୁ ବିବାଦ ନେଇ ବଡମ୍ବା ଥାନାରେ ସରପଞ୍ଚଙ୍କ ପକ୍ଷରୁ ୩ଟି ମାମଲା ମଧ୍ୟ ରୁଜୁ କରାଯାଇଥିଲା। ପରିସ୍ଥିତିକୁ ନଜରରେ ରଖି ଗାଁରେ ୨ ପ୍ଲାଟୁନ ଫୋର୍ସ ସହ ୩ ଅଫିସର ମୁତୟନ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.