Below header

ଜିଆରଏସଙ୍କ ମୃତଦେହ ଉଦ୍ଧାର, ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ସନ୍ଦେହରେ ପରିବାର ଲୋକେ

ଝୁଲନ୍ତା ଅବସ୍ଥାରେ ଜିଆରଏସଙ୍କ ମୃତଦେହ ଉଦ୍ଧାର । ହତ୍ୟା ନା ନିଜେ ଜୀବନ ହାରିଛନ୍ତି ? ଖୋର୍ଦ୍ଧା ଟାଉନ ଥାନା ନବୀନ ବାଗ ଅଞ୍ଚଳରେ ସୌମ୍ୟ ରଞ୍ଜନ ମହାନା ନାମକ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଛି । ସ୍ଥାନୀୟ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଓଏଏସ ଅଧିକାରୀଙ୍କ ଭଡ଼ା ଘରେ ଏହି ଘଟଣା ଘଟିଛି ।

ଖୋର୍ଦ୍ଧା(କେନ୍ୟୁଜ): ଝୁଲନ୍ତା ଅବସ୍ଥାରେ ଜିଆରଏସଙ୍କ ମୃତଦେହ ଉଦ୍ଧାର । ହତ୍ୟା ନା ନିଜେ ଜୀବନ ହାରିଛନ୍ତି ? ଖୋର୍ଦ୍ଧା ଟାଉନ ଥାନା ନବୀନ ବାଗ ଅଞ୍ଚଳରେ ସୌମ୍ୟ ରଞ୍ଜନ ମହାନା ନାମକ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଛି । ସ୍ଥାନୀୟ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଓଏଏସ ଅଧିକାରୀଙ୍କ ଭଡ଼ା ଘରେ ଏହି ଘଟଣା ଘଟିଛି ।

ସୌମ୍ୟରଞ୍ଜନଙ୍କ ଘର ପୁରୀ ଜିଲ୍ଲା କଣାସ ବ୍ଲକ ଅଁଳାଯୋଡି ଗାଁରେ। ସେ ସ୍ଥାନୀୟ ଗଡ଼ବଡ଼ପୁଟ ପଞ୍ଚାୟତରେ ଗ୍ରାମ୍ୟ ରୋଜଗାର ସେବକ ଭାବେ ଚାକିରି କରିଥିଲେ। ତେବେ ମଝିରେ ମଝିରେ ଖୋର୍ଦ୍ଧା ଆସି ସାଙ୍ଗମାନଙ୍କ ସହ ରହୁଥିଲେ। ସୂଚନା ଅନୁସାରେ ଗତକାଲି ସକାଳୁ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ ।

ଅପରାହ୍ନରେ ଦେଖିଲା ବେଳକୁ ସେହି ଭଡା ଘରେ ବେକରେ ଲୁଗା ଦେଇ ଝୁଲି ପଡ଼ିଥିଲେ । ସୂଚନା ପାଇ ଖୋର୍ଦ୍ଧା ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛିା ତେବେ ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପରିବାର ଲୋକେ । ସେମାନେ ହତ୍ୟା ଅଭିଯୋଗ ଆଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.