ପ୍ରେମିକାକୁ କାର୍‌ ଚଢାଇ ମାରିବାକୁ ଉଦ୍ୟମ କରିଥିବା ପ୍ରେମିକ ଅଶ୍ୱଜିତ ଗିରଫ, କାର୍‌ ଜବତ କଲା SIT

ପୋଲିସ କବଜାରେ ଅଶ୍ୱଜିତ ଗାୟକଓ୍ଵାଡ । ପ୍ରେମିକା ପ୍ରିୟାକୁ ଗାଡ ଚଢାଇ ମାରିଦେବାକୁ କରିଥିଲା ଚେଷ୍ଟା । ବଡ ଅଫିସରଙ୍କ ପୁଅ ହୋଇଥିବାରୁ ତାଙ୍କୁ ପୋଲିସ ଦୀର୍ଘ ୭ ଦିନ ହେଲାଣି ଗରଫ କରିପାରୁନଥିଲା । କିନ୍ତୁ ଏବେ ଏସଆଇଟି ଅଶ୍ୱଜିତଙ୍କ ସହିତ ୨ ସହଯୋଗୀଙ୍କୁ ଗିରଫ କରିଛି ।

ମହାରାଷ୍ଟ୍ର ଥାନେରେ ଘଟିଥିବା ପ୍ରେମିକାକୁ ଗାଡି ଚଡାଇମାରିଦେବାକୁ ଚେଷ୍ଟା କରିଥିବା ପ୍ରେମିକ ଗିରଫ । ଏହି ମାମଲାରେ ଅଶ୍ୱଜିତ ଗାୟକୱାଡଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ଏସଆଇଟି ଗିରଫ କରିଛି । ଏହାଛଡା ପୋଲିସ ଅଶ୍ୱଜିତଙ୍କ ଗାଡିକୁ ଜବତ କରିଛି । ପୋଲିସ ଏହି ମାମଲାର ଯାଞ୍ଚ କରି ଏସଆଇଟି ଗଠନ କରିଥିଲା । ଅଶ୍ୱଜିତଙ୍କ ଦୁଇ ସହଯୋଗୀ ରୋମି ପାଟିଲ ଓ ସାଗର ସେଡ଼ଗେଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଖବର ମୁତାବକ, ଅଶ୍ୱଜିତ ଓ ପ୍ରିୟାଙ୍କ ମଧ୍ୟରେ ୪ ବର୍ଷର ପୁରୁଣା ପ୍ରେମ ସଂପର୍କ । ପ୍ରେମିକ ଅଶ୍ୱଜିତ ବିବାହିତ ଜାଣି ବି ପ୍ରିୟା ତାଙ୍କ ସହ ସମ୍ପର୍କ ରଖିଥିଲେ । ଅଶ୍ୱଜିତଙ୍କୁ ଦେଖା କରିବା ପାଇଁ ପ୍ରିୟ ଗତ ୧୧ ତାରିଖରେ ଏକ ହୋଟେଲକୁ ଯାଇଥିଲେ । ସେଠାରେ ଅଶ୍ୱଜିତ ଏବଂ ତାଙ୍କ ପତ୍ନୀଙ୍କୁ ଦେଖି ରାଗି ଯାଇଥିଲେ ପ୍ରିୟା । ତେଣୁ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଅଶ୍ୱଜିତ ସେଠାରେ ଥିବା ସାଙ୍ଗମାନଙ୍କ ସହିତ ମିଶି ତାଙ୍କୁ ମାରିବାକୁ ଗାଡି ଚଢାଇ ଦେଇଥିଲେ ବୋଲି ପ୍ରିୟା ଅଭିଯୋଗ କରିଥିଲେ ।

ଏହି ଘଟଣାରେ ପ୍ରିୟା ଗୁରୁତର ଆହତ ହେବା ପରେ କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ପ୍ରିୟାଙ୍କର ଗୋଡ ହାତ ଭାଙ୍ଗି ଯାଇଥିବା ବେଳେ ଶରୀରର ଅନେକ ସ୍ଥାନରେ କ୍ଷତି ପହଞ୍ଚିଛି ।
ତେବେ ଏହି ଘଟଣାକୁ ନେଇ ପ୍ରିୟା ପୋଲିସ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ଅଶ୍ୱଜିତଙ୍କ ବାପା ଜଣେ ପ୍ରଶାସନିକ ଅଧିକାରୀ ହୋଇଥିବାରୁ ପୋଲିସ ଏହି ଅଭିଯୋଗ ରଖିନଥିଲା । ତେଣୁ ପ୍ରିୟା ସୋସିଆଲ ମିଡିଆରେ ନିଜର ଯନ୍ତ୍ରଣା ପୋଷ୍ଟ କରିଥିଲେ । ତାଙ୍କ ପୋଷ୍ଟ ଭାଇରଲ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପାଇଁ ଥାନେ ପୋଲିସ ଏସଆଇଟି ଗଠନ କରିଥିଲା ।

ପୋଲିସ ଅଶ୍ୱଜିତଙ୍କ ସହିତ ୨ଜଣ ସହଯୋଗୀଙ୍କୁ ଗିରଫ କରିବା ସହିତ ଏସୟୁଭି କାର ଜବତ କରିଛି । ଏସଆଇଟି ଟିମ୍‌ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୨୩, ୨୭୯, ୩୩୮,୫୪, ୩୪ ଅଧିନରେ ମାମଲା ଦାଏର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.