Below header

୩ଦିନ ହେଲା ସାଉଥ ଆଫ୍ରିକାରେ ଫସି ରହିଛି ଓଡ଼ିଆ ଶ୍ରମିକଙ୍କ ମୃତଦେହ, ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ

ଗତ ୩ଦିନ ହେଲା ସାଉଥ ଆଫ୍ରିକାରେ ଫସି ରହିଛି ଓଡ଼ିଆ ଶ୍ରମିକଙ୍କ ମୃତଦେହ। ଏକଥା ଶୁଣିବା ପରେ ସାରା ଗାଁରେ ଖେଲିଯାଇଛି ଶୋକର ଛାୟା। ଶ୍ରମିକଙ୍କ ମୃତଦେହକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ଗାଁର ଦିବାକର ଜେନା ।

ଆଳି(କେନ୍ୟୁଜ): କୁଆଡେ ଗଲୁ ମୋ ନୟନ ପିତୁଳା । କୁଆଡେ ଛାଡି ପଳାଇଲୁ ଲୋ ମୋ ଧନ । କାହାକୁ ଅନେଇ ମୁଁ ଆଉ ଦିନ କାଟିବ । ଏମିତି କହି ଛାତି ଫଟା କାନ୍ଦ କାନ୍ଦୁଛି ମା’ । ସାହି ଭାଇ ସବୁ ଏକାଠି ହୋଇଛନ୍ତି ଘର ସାମ୍ନାରେ । ସମସ୍ତଙ୍କ ଆଖିରେ ଲୁହ । ସାଉଥ ଆଫ୍ରିକାରେ ଜୀବନ ହାରିଥିବା ଜଣେ ଓଡିଆ ଶ୍ରମିକଙ୍କ କଥା ।

ଗତ ୩ଦିନ ହେଲା ସାଉଥ ଆଫ୍ରିକାରେ ଫସି ରହିଛି ଓଡ଼ିଆ ଶ୍ରମିକଙ୍କ ମୃତଦେହ। ଏକଥା ଶୁଣିବା ପରେ ସାରା ଗାଁରେ ଖେଲିଯାଇଛି ଶୋକର ଛାୟା। ଶ୍ରମିକଙ୍କ ମୃତଦେହକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ଗାଁର ଦିବାକର ଜେନା ।

ଗତ ୭ମାସ ତଳେ ସେ ପାଣି ପାଇପ ମିସ୍ତ୍ରୀ ଭାବେ କାମ କରିବାକୁ ଏକ ଏଜେଣ୍ଟ ମଧ୍ୟରେ ସାଉଥ ଆଫ୍ରିକାର କଙ୍ଗୋ ଯାଇଥିଲେ। ହେଲେ ଗତ ଶୁକ୍ରବାର ଠାରୁ ଦିବାକରଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ଆଜି ଯାଏଁ ତାଙ୍କ ମୃତଦେହ ଘରକୁ ଫେରିପାରୁନାହିଁ । କଣ କରିବେ, କେମିତି ଦିବାକରଙ୍କ ମୃତଦେହ ଓଡିଶା ଫେରିବ, ଏବେ ଉପାୟ ଶୂନ୍ୟ ପରିବାର । କାନ୍ଦିବା ଛଡା ସେମାନଙ୍କ ପାଖରେ କିଛି ଉପାୟ ନାହିଁ ।

ଏପଟେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ଗୋଟେ ପ୍ରଶ୍ନ । ସେଠାରେ ଦିବାକରଙ୍କ କେମିତି ମୃତ୍ୟୁ ହେଲା? ଯାହା ଏଯାଏ ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ। ଏମିତି କି ଦିବାକର କାମ କରୁଥିବା କମ୍ପାନୀ ତାଙ୍କ ମୃତଦେହ ଛାଡୁନଥିବା ମଧ୍ୟ ପରିବାର ଲୋକେ କହିଛନ୍ତି। ଏପଟେ ପୁଅର ମୃତ୍ୟୁ ଖବର ପାଇବା ପରେ ସେମିତି ଘର ବାହାରେ ଅଖିଆ ଅପିଆ ପଡିଛନ୍ତି ପରିବାର ଲୋକେ। ଦିବାକରଙ୍କ ମୃତଦେହ ଫେରାଇ ଆଣିବା ପାଇଁ ସରକାରଙ୍କୁ ପରିବାର ଲୋକେ ନିବେଦନ କରିଛନ୍ତି। ତେବେ ସରକାର ତୁରନ୍ତ ଏଥିରେ ହସ୍ତକ୍ଷପ କରି ଉଚିତ ପଦକ୍ଷପ ଗ୍ରହଣ କରିବା ନିହାତୀ ଜରୁରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.