ଜଳମଗ୍ନ ତାମିଲନାଡୁ: ସ୍କୁଲ, କଲେଜ ଅଫିସ ସବୁ ବନ୍ଦ, ରେଡ ଆଲର୍ଟ ଜାରି

ଦକ୍ଷିଣ ତାମିଲନାଡୁର ୪ ଜିଲ୍ଲା ତିରୁନେଲବେଲି, ଥୁଥୁକୁଡ଼ି, କନ୍ୟାକୁମାରୀ ଓ ତେନକାସୀରେ ପ୍ରବଳ ବର୍ଷା ହେଉଛି । ତେଣୁ ଏହିସବୁ ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି । ପ୍ରଭାବିତ ୪ ଜିଲ୍ଲାରେ NDRF ମୁତୟନ କରାଯାଇଛି ।

ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ତାମିଲନାଡୁ । ଦକ୍ଷିଣ ତାମିଲନାଡୁର ୪ ଜିଲ୍ଲା ତିରୁନେଲବେଲି, ଥୁଥୁକୁଡ଼ି, କନ୍ୟାକୁମାରୀ ଓ ତେନକାସୀରେ ପ୍ରବଳ ବର୍ଷା ହେଉଛି । ତେଣୁ ଏହିସବୁ ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବହୁ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ପ୍ରଭାବିତ ୪ ଜିଲ୍ଲାରେ NDRF ମୁତୟନ କରାଯାଇଛି । ଏହାସହ ଉଦ୍ଧାର କାର୍ଯ୍ୟ ପାଇଁ ୪ ହଜାର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ପ୍ରବଳ ବର୍ଷା ଯୋଗୁ ବିମାନ ଓ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ଟ୍ରେନ ଟ୍ରାକ୍‌ ପାଣିରେ ବୁଡିଛି । କିଛି ଟ୍ରେନ ସଂପୂର୍ଣ୍ଣ ଆଉ କିଛି ଆଶିଂକ ରଦ୍ଦ କରାଯାଇଛି । ଫଳରେ ଲୋକମାନେ ଟିକେଟ ରିଫଣ୍ଡ ମାଗୁଛନ୍ତି । ପ୍ରଭାବିତ ଜିଲ୍ଲାରୁ ଯାତ୍ରୀଙ୍କୁ ବାହାର କରିବା ପାଇଁ ତାମିଲନାଡୁ ରାଜ୍ୟ ପରିବହନ ନିଗମ ସହଯୋଗରେ ବସ୍‌ ବ୍ୟବସ୍ଥା କରାଯାଇଛି । ପ୍ରଭାବିତ ଜିଲ୍ଲାରେ ସ୍କୁଲ, କଲେଜ ଓ ଅନ୍ୟ ଅନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଭାବିତ ଅଞ୍ଚଳରେ ରିଲିଫ କାର୍ଯ୍ୟ ଆରମ୍ଭ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ତିରୁନେଲବେଲି, ଥୁଥୁକୁଡ଼ି, କନ୍ୟାକୁମାରୀ ଓ ତେନକାସୀରେ ରେଡ ଆଲର୍ଟ ଜାରି କରାଯାଇଛି । ଆଗାମୀ କିଛି ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.