ଶୀତ ଦିନେ ଆପଣଙ୍କ ରକ୍ତ ଜମାଟ ହୋଇଯାଉଛି କି? ଘରୋଇ ଉପଚାରରେ ଦୂର କରନ୍ତୁ ଏହି ସମସ୍ୟା

ଶୀତଦିନେ ରକ୍ତ ଜମାଟ ହୋଇଯାଇଥାଏ, ବାସ୍ତବରେ ବହୁତ କମ୍‌ ଲୋକ ଅଛନ୍ତି ଯେଉଁମାନେ ରକ୍ତ ଜମାଟା ହେବାର କାରଣ ଜାଣିଛନ୍ତି । ସେଥିପାଇଁ ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜଣାଇବୁ ।

ଲୋକଙ୍କ ବର୍ତ୍ତମାନର ଲାଇଫ୍‌ ଷ୍ଟାଇଲ୍‌ରେ ଶୀତଦିନେ ହାର୍ଟ ଆଟାକ୍‌ ସମସ୍ୟା ବହୁତ ଶୀଘ୍ର ବଢି ଯାଇଥାଏ । ଏହି ଦିନରେ ପ୍ରାୟତଃ ହାର୍ଟ ଆଟାକ୍‌ ମାମଲା ଅଧିକ ଣୁଣିବାକୁ ମିଳିଥାଏ । ଏହା ବ୍ୟାତୀତ ଏପରି ମଧ୍ୟ ହୋଇଥାଏ ଯେ ଯେଉଁ ମାନଙ୍କ ହାର୍ଟ ସମସ୍ୟା ରହିଥାଏ, ସେମାନଙ୍କ ଏହି ସମସ୍ୟା ଆହୁରି ବଢିଯାଏ । ତେବେ ଏପରି ପରିସ୍ଥିତିରେ ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଯେପରି ଆପଣଙ୍କୁ ଏହି ସବୁ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ତେବେ ଆପଣ ଜାଣିଛନ୍ତି କି ଶୀତଦିନେ ରକ୍ତ ଜମାଟ ହୋଇଯାଇଥାଏ । ବାସ୍ତବରେ ବହୁତ କମ୍‌ ଲୋକ ଅଛନ୍ତି ଯେଉଁମାନେ ରକ୍ତ ଜମାଟା ହେବାର କାରଣ ଜାଣିଛନ୍ତି । ସେଥିପାଇଁ ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜଣାଇବୁ, ଯାହା ଦ୍ୱାରା ଆପଣ ନିଜକୁ ଏପରି ପରିସ୍ଥିତିରୁ ରକ୍ଷା କରିପାରିବେ ।

ଶୀତଦିନରେ ରକ୍ତ କାହିଁକି ଜମାଟ ହୁଏ ?
ଏହି ଦିନରେ ଯେତେବେଳେ ଅଧିକ ଶୀତ ବଢେ ସେତେବେଳେ ଆମ ରକ୍ତ ଜମାଟ ବାନ୍ଧିଦିଏ । ତେବେ ଶୀତରେ ଅଧିକ ହୃଦଘାତ ଏବଂ ଷ୍ଟ୍ରୋକ ହୋଇଥିବାର ମାମଲା ଆସିଥାଏ । ଏହି କାରଣରୁ ସମଗ୍ର ଶରୀରର ରକ୍ତ ସଞ୍ଚାଳନ ପ୍ରଭାବିତ ହୁଏ ଏବଂ ରକ୍ତ ପମ୍ପ କରିବା ପାଇଁ ହାର୍ଟରେ ଚାପ ପଡିଥାଏ, ଯାହା ଆପଣଙ୍କ ଶରୀରରେ ହାଇ ବିପି ସମସ୍ୟାକୁ ବଢାଇପାରେ । ଏହା ବ୍ୟତୀତ ଏହା ଆମ ଶରୀରର ସଂକ୍ରମଣ ସହିତ ଲଢିବାର କ୍ଷମତାକୁ ମଧ୍ୟ ପ୍ରଭାବିତ କରିଥାଏ । ଏହି କାରଣରୁ ନିମୋନିଆ ଏବଂ ସଂକ୍ରମଣରେ ଶୀତ ଦିନରେ ଅଧିକ ମୃତ୍ୟୁ ହେବାର ମାମଲା ସାମ୍ନାକୁ ଆସିଥାଏ ।
ତେବେ ଜମାଟ ହୋଇଥିବା ରକ୍ତକୁ ପତଳା କରିବାର ଘରୋଇ ଉପଚାର :

ହଳଦୀ :
ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଜମାଟ ରକ୍ତକୁ ପତଳା କରିବା ପାଇଁ ହଳଦୀ ବହୁଳ ଭାବରେ ବ୍ୟବହୃତ ହୋଇପାରେ । କର୍କୁମିନ୍ ହଳଦୀରେ ଏକ ସକ୍ରିୟ ଉପାଦାନ ଏବଂ ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ରକ୍ତ ପତଳା କିମ୍ବା ଆଣ୍ଟିକୋଏଗୁଲାଣ୍ଟ ଗୁଣ ରହିଛି । ଶୀତଦିନେ ଏହାକୁ ଗରମ ପାଣିରେ ମିଶାଇ ଚା’ ତିଆରି କରନ୍ତୁ କିମ୍ବା ଏହାକୁ ଆପଣଙ୍କ ସୁପ୍ ରେ ମିଶାଇ ପିଅନ୍ତୁ । ଏହା ଆପଣଙ୍କ ରକ୍ତକୁ ପତଳା ରଖିବ ।

ଅଦା :
ଅଦା ହେଉଛି ଅନ୍ୟ ଏକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ମସଲା ଯାହା ରକ୍ତ ଜମାଟ ନବାନ୍ଧିବାରେ ସାହାଯ୍ୟ କରିଥାଏ । ଏହା ଥ୍ରୋମ୍ବୋକ୍ସାନ ହ୍ରାସ କରିବା ପରି କାର୍ଯ୍ୟ କରିପାରେ । ଏହା ଏକ ହରମୋନ୍ ଯାହା ପ୍ଲେଟଲେଟ୍ ଗୁଡିକ ଏକତ୍ର ହୋଇଯାଏ କିମ୍ବା ଏକତ୍ର ରହିଥାଏ । ଅଦା ସାଲାଇସିଲେଟ୍ ମଧ୍ୟ ଧାରଣ କରିଥାଏ ଯେଉଁଥିରେ ଆସ୍ପିରିନ୍ ପରି ରକ୍ତ ପତଳା କରିବା ଭଳି ଗୁଣ ରହିଥାଏ । ତେଣୁ ଆପଣଙ୍କ ଚା’ ଅଦା ଏବଂ ଜୁସ୍‌ରେ ଅଦା ମିଶାଇ ପିଅନ୍ତୁ ।

ଡାଲଚିନି :
ଡାଲଚିନିରେ ଜମାଟ ରକ୍ତକୁ ପତଳା କରିବା ଭଳି ଏଜେଣ୍ଟ କୁମାରିନ୍ ରହିଥାଏ । ତେଣୁ ବିଶେଷ କରି ଡାଲଚିନି ଚା କିମ୍ବା ଖାଦ୍ୟରେ ଥିବା ପାଣି ରକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ଶୀତଦିନେ ଆପଣ ନିଜ ହାର୍ଟର ଯତ୍ନ ନେବା ସହ ଏହି ଜିନିଷଗୁଡିକ ଧ୍ୟାନ ମଧ୍ୟ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ ଏବଂ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.