ଟେଷ୍ଟ ସିରିଜରୁ ନାଁ ଫେରାଇନେଲେ ଈଶାନ କିଶନ, ବ୍ୟକ୍ତିଗତ କାରଣ ଯୋଗୁଁ ନେଲେ ନିଷ୍ପତ୍ତି

ଈଶାନ ଟେଷ୍ଟ ସିରିଜରୁ ନିଜ ନାମ ଫେରାଇ ନେଇଛନ୍ତି । ବିସିସିଆଇ ଏହାର ସୂଚନା ଦେଇଛି । ଆଉ ବିସିସିଆଇ ଈଶାନଙ୍କ ସ୍ଥାନ କେଏସ ଭରତଙ୍କୁ ଟିମରେ ସାମିଲ କରିଛି । ଈଶାନ ବ୍ୟକ୍ତିଗତ କାରଣ ଯୋଗୁଁ ଟେଷ୍ଟ ସିରିଜରୁ ବାଦ୍‌ ପଡିଛନ୍ତି ।

ଭାରତୀୟ କ୍ରିକେଟ ଟିମ୍‌ ଏବେ ସାଉଥ ଆଫ୍ରିକାରେ ଦିନିକିଆ ମ୍ୟାଚ୍‌ ଖେଳୁଛି । ଦିନିକିଆ ସିରିଜ ପରେ ଟେଷ୍ଟ ସିରିଜ ଟିମ୍‌ ଖେଳିବ । ହେଲେ ଟେଷ୍ଟ ସିରିଜ ପୂର୍ବରୁ ଟିମରୁ ବାଦ୍‌ ପଡିଛନ୍ତି ଈଶାନ କିଶନ । ବ୍ୟକ୍ତିଗତ କାରଣ ଯୋଗୁଁ ଈଶାନ ନିଜ ନାଁକୁ ଫେରାଇ ନେଇଛନ୍ତି ବୋଲି ବିସିସିଆଇ କହିଛି ।

ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍‌ ପ୍ରଥମେ ଟି-୨୦ ସିରିଜ ୧-୧ରେ ଡ୍ର ରଖିବା ପରେ ଏବେ କେଏଲ ରାହୁଲଙ୍କ ଅଧିନାୟକତ୍ୱରେ ଦିନିକିଆ ସିରିଜ ଖେଳୁଛି । ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ଭାରତ ଜିତିନେଇଛି । ଆଉ ୨ଟି ଦିନିକିଆ ଖେଳିବା ପରେ ଭାରତୀୟ ଟିମ୍‌ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟେଷ୍ଟ ସିରିଜ ଖେଳିବ । ୨ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ଷ୍ଟାର ଓ୍ଵିକେଟ କିପର ତଥା ବ୍ୟାଟର ଈଶାନ କିଶନ ଖେଳିବେ ନାହିଁ ବୋଲି କହିଛନ୍ତି ।

ଈଶାନ ଟେଷ୍ଟ ସିରିଜରୁ ନିଜ ନାମ ଫେରାଇ ନେଇଛନ୍ତି । ବିସିସିଆଇ ଏହାର ସୂଚନା ଦେଇଛି । ଆଉ ବିସିସିଆଇ ଈଶାନଙ୍କ ସ୍ଥାନ କେଏସ ଭରତଙ୍କୁ ଟିମରେ ସାମିଲ କରିଛି । ଈଶାନ ବ୍ୟକ୍ତିଗତ କାରଣ ଯୋଗୁଁ ଟେଷ୍ଟ ସିରିଜରୁ ବାଦ୍‌ ପଡିଛନ୍ତି ।

ସୂଚନାଯୋଗ୍ୟ, ଭାରତୀୟ ଟିମ୍‌ ୨୬ ଡିସେମ୍ବରରୁ ଟେଷ୍ଟ ମ୍ୟାଚ ଖେଳିବ । ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିଆନରେ ଖେଳାଯିବ, ସେହିପରି ଦ୍ୱିତୀୟ ଟେଷ୍ଟ ୩ ଜାନୁଆରୀରେ କେପଟାଉନରେ ଖେଳାଯିବ ।

ସାଉଥ ଆଫ୍ରିକା ପାଇଁ ଟେଷ୍ଟ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ଶ୍ରେୟସ ଆୟର, ଋତୁରାଜ ଗାୟକଓ୍ଵାଡ, କେଏଲ ରାହୁଲ (ଓ୍ଵିକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମହଦ ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମରା ( ଉପ ଅଧିନାୟକ), ପ୍ରସିଦ୍ଧ କ୍ରିଷ୍ଣା, କେଏସ ଭରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.