ରାଉରକେଲା: ଜିଏସଟି ଠକେଇ ଅଭିଯୋଗରେ ୨ ବ୍ୟବସାୟୀଙ୍କୁ ଅଟକ, ଭିନ୍ନ ଭିନ୍ନ ଲୋକଙ୍କ ନାଁରେ ପାନକାର୍ଡ କରି ଠକୁଥିଲେ

ରାଉରକେଲା: ଜିଏସଟି ଠକେଇ ଅଭିଯୋଗରେ ୨ ବ୍ୟବସାୟୀଙ୍କୁ ପୋଲିସର ପଚରାଉଚୁରା। ରାଉରକେଲା ସିଭିଲ ଟାଉନସିପ ଓ ବାସନ୍ତୀ କଲୋନୀର ଦୁଇଜଣ ବ୍ୟବସାୟୀ ଦୀର୍ଘଦିନ ଧରି ଜିଏସଟି ଠକେଇ କରି ଆସୁଥିବା ଅଭିଯୋଗ ହୋଇଥିଲା। ଭିନ୍ନ ଭିନ୍ନ ଲୋକଙ୍କ ନାଁରେ ପାନ କାର୍ଡ ପ୍ରସ୍ତୁତ କରି ବିପୁଳ ପରିମାଣର ଜିଏସଟି ଠକେଇ କରିଥିବା ବିଭାଗୀୟ ଅଧିକାରୀଙ୍କୁ ସୂଚନା ମିଳିଥିଲା। ସକାଳୁ ସକାଳୁ ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ୱର ଓ ରାଉରକେଲାର ମିଳିତ ଟିମ ଦୁଇ ବ୍ୟବସାୟୀଙ୍କ ଘରେ ଚଢଉ କରିଥିଲେ। ସେଠାରୁ ଆବଶ୍ୟକୀୟ କାଗଜପତ୍ରକୁ ବିଭାଗୀୟ ଅଧିକାରୀମାନେ ଉଦିତନଗର ଥାନାରେ ଯାଞ୍ଚ କରି ବ୍ୟବସାୟୀଙ୍କୁ ପଚରାଉଚୁରା କରିଛନ୍ତି। ତେବେ ଦୁଇ ବ୍ୟବସାୟୀଙ୍କ ଘରେ ଖାନତଲାସ ବେଳେ ଜିଏସଟି ଅଧିକାରୀଙ୍କୁ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.