Below header

ଆପଣ ପିଉଥିବା ବଟଲ ପାଣି କେତେ ବିଶୁଦ୍ଧ ? ଅନୁଗୁଳର ସେଭେନ ହିଲ ପାଣି କଂପାନୀର ସାଂଘାତିକ ସତ୍ୟ

ଆପଣ ପିଉଥିବା ବଟଲ ପାଣି କେତେ ବିଶୁଦ୍ଧ ? କେଉଁ ସ୍ଥାନରେ ସିଲ୍‌ଡ ହୁଏ ବଟଲ? କେତେ ଶୁଦ୍ଧ ପାଣି ରହେ ବୋତଲରେ? ବଜାରରେ ବିିଭିନ୍ନ କଂପାନୀର ପାଣି ବିକ୍ରି ହେଉଛି। ହେଲେ ଏହାର ମାନ ନେଇ ଏବେ ପ୍ରଶ୍ନ ଉଠିଛି। ଅନୁଗୁଳର ସେଭେନ ହିଲ ନାମକ ପାଣି କଂପାନୀର ବୋତଲରେ ନା ଉତ୍ପାଦ ତାରିଖ ନା ପାଣି ବୋତଲ ଦର। ଏଭଲି ବିନା ଦର, ବିନା ଉତ୍ପାଦ ତାରିଖ ଥିବା ବୋତଲ ପାଣି ବଜାରରେ କିନ୍ତୁ ବେଧଡ଼କ ବିକ୍ରି ଚାଲିଛି। କିଛି ଲୋକ ବୋତଲରେ ଜେଲି ଭଳି ପଦାର୍ଥ ଭାସୁଥିବା ଦେଖାଯାଇଥିଲା । ତେବେ ଏହି ପଦାର୍ଥ କଣ ବୋଲି ଲୋକମାନେ ଭୟଭୀତ ହୋଇପଡ଼ିଥିବା ଦେଖାଯାଇଛି। ବୋତଲ ପାଣିର ନମୁନା ସଂଗ୍ରହ କରି ଏହାର ମାନ ପରୀକ୍ଷା ପରେ କାହିଁକି ବଜାରକୁ ଛଡ଼ା ଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏ ଦିଗରେ ବିଭାଗ କାହିଁକି ନୀରବ ରହୁଛି ବୋଲି ପ୍ରଶ୍ନ ଉଠିଛି। ସେପଟେ ଏନେଇ ସେଭେନ ହିଲ ପାଣି କଂପାନୀ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.