Below header

ଦିନରେ ମଜୁରିଆ ରାତିରେ ବନ୍ଧୁକ ବେପାରୀ : ବିହାର ମୁଙ୍ଗେର୍‌ରୁ ବନ୍ଧୁକ ଆଣି ଓଡିଶାରେ କରୁଥିଲେ ବ୍ୟବସାୟ

ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ବନ୍ଧୁକ ବେପାରୀ ଗ୍ୟାଙ୍ଗ୍‌ । ବିହାର ମୁଙ୍ଗେର୍‌ରୁ ବନ୍ଧୁକ ଆଣି ଓଡିଶାରେ କରୁଥିଲେ ବ୍ୟବସାୟ । ଦୁଇ ମାସର ସ୍ପେଶାଲ ଡ୍ରାଇଭ୍‌ ପରେ ବନ୍ଧୁକ ଚୋରାଚାଲାଣର ପର୍ଦ୍ଦାଫାସ କରିଛି ପୋଲିସ । ୪ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିବା ସହ ୫ଟି ବନ୍ଧୁକ ଓ ୧୦ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫମାନେ ହେଉଛନ୍ତି ପୁରୀର ରାମଚନ୍ଦ୍ର ବାରିକ୍‌, ସଞ୍ଜୟ ଜେନା, ଖୋର୍ଦ୍ଧାର ଜ୍ଞାନ ରଞ୍ଜନ ସିଂ ଓ ନୟାଗଡର ଗୌରାଙ୍ଗ ସିଠା । ତେବେ ଏହି ଗ୍ୟାଙ୍ଗର ଆଉ କିଛି ସଦସ୍ୟ ରହିଥିବା ନେଇ ତଦନ୍ତ ଚଳାଇଛି କମିଶନରେଟ ପୋଲିସ ।

gunଏ ସମସ୍ତେ ଦିନରେ ମଜୁରିଆ ଭାବେ କାମ କରନ୍ତି, ରାତି ହେଲେ ଚୋରାରେ ବନ୍ଧୁକ ବେପାର କରନ୍ତି । ଏମାନଙ୍କ ମଧ୍ୟରେ କିଏ ଅଟୋ ଟ୍ରାଇଭର ତ ଆଉ କିଏ ମଦ ଦୋକାନର ସେଲ୍ସମ୍ୟାନ । ହେଲେ ବନ୍ଧୁକ ବେପାର କରି ଏମାନେ ହୁଅନ୍ତି ମାଲେମାଲ୍‌ । ଗୋଟିଏ ବନ୍ଧୁକ ୪୫ହଜାର ରୁ ୯୦ହଜାର ପର୍ଯ୍ୟନ୍ତ ଅପରାଧି ମାନଙ୍କୁ ବିକ୍ରି କରନ୍ତି । ଆଉ ଏସବୁ ବନ୍ଧୁକ ବିହାର ମୁଙ୍ଗେର୍‌ ରୁ ଆଣିଥାନ୍ତି । ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ଅପରାଧିଙ୍କୁ ଏମାନେ ବନ୍ଧୁକ ବିକ୍ରି କରନ୍ତି । ଦୁଇ ମାସର ସ୍ପେସାଲ ଡ୍ରାଇଭରେ ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ ।

ପୂଜା ପୂର୍ବରୁ ସ୍ପେସାଲ ଡ୍ରାଇଭ୍‌ ଆରମ୍ଭ କରିଥିଲା କମିଶନରେଟ ପୋଲିସ । ଡ୍ରାଇଭ ବେଳେ ଟୁଇନସିଟିରୁ ୧୫ଟି ବନ୍ଧୁକ , ୪୦ରାଉଣ୍ଡ ଗୁଳି ୩୦ଜଣ ଅପରାଧିଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.