ଗନ୍ଧମାର୍ଦ୍ଧନ ପର୍ବତରେ ଗୁଳି ବିନିମୟ ପରେ ମାଓ ସାମଗ୍ରୀ ଜବତ
ଗନ୍ଧମାର୍ଦ୍ଦନ ପର୍ବତରେ ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ । ବରଗଡ଼ ଓ ବଲାଙ୍ଗୀର ସୀମାନ୍ତ ଗନ୍ଧମାର୍ଦ୍ଦନରେ କମ୍ବିଂ ଅପରେସନ ବେଳେ ଏସଓଜି ଏବଂ ଡିଭିଏଫ ଟିମ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ ।

ବରଗଡ଼ (କେନ୍ୟୁଜ୍): ଗନ୍ଧମାର୍ଦ୍ଧନ ପର୍ବତରେ ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ । ବରଗଡ଼ ଓ ବଲାଙ୍ଗୀର ସୀମାନ୍ତ ଗନ୍ଧମାର୍ଦ୍ଧନରେ କମ୍ବିଂ ଅପରେସନ ବେଳେ ଏସଓଜି ଏବଂ ଡିଭିଏଫ ଟିମ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ । ଗୁଳି ବିନିମୟ ବେଳେ ନକ୍ସଲମାନେ ଖସି ପଳାଇଥିଲେ । ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ଜବତ ହୋଇଛି । ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।