ଡାଇବେଟିସ୍‌କୁ ନିୟନ୍ତ୍ରଣ କରାଇବାରେ ସାହାଯ୍ୟ କରିଥାଏ ଏହି ଉଦ୍ଭିଦ, ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର

ଆୟୁର୍ବେଦରେ ଥିବା ଅନେକ ଔଷଧ ସୁଗାରକୁ ନିୟନ୍ତ୍ରଣ କରିପାରିଥାଏ । ସୂଚନା ଅନୁଯାୟୀ, ଆମ ସମାଜରେ ଏପରି ଅନେକ ଉଦ୍ଭିଦ ଏବଂ ସେମାନଙ୍କର ପତ୍ର ଅଛି ଯାହା ଡାଇବେଟିସ୍‌ ଦୂର କରିବାର ଶକ୍ତି ରଖିଥାଏ । ଏହି ଉଦ୍ଭିଦଗୁଡ଼ିକୁ ଆଣ୍ଟିଡିଏବେଟିକ୍ କୁହାଯାଏ ।

ବର୍ତ୍ତମାନ ସାରା ବିଶ୍ୱରେ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ତେବେ ଏହା ଏକ ଏପରି ରୋଗ ଯାହା ଆପଣଙ୍କୁ ପୂରା ଜୀବନ ପାଇଁ ହୋଇଥାଏ । ଏଥିପାଇଁ ଆପଣ ନିଜ ଲାଇଫ୍‌ଷ୍ଟାଇଲ୍‌କୁ ଠିକ୍‌ ଭାବେ ରଖିବାକୁ ପଡିବ, ଯାହା ଫଳରେ ଆପଣ ନିଜ ଡାଇବେଟିସ୍‌କୁ ସହଜରେ ନିୟନ୍ତ୍ରଣ କରିପାରିବେ । ତେବେ ଆୟୁର୍ବେଦରେ ଥିବା ଅନେକ ଔଷଧ ସୁଗାରକୁ ନିୟନ୍ତ୍ରଣ କରିପାରିଥାଏ । ସୂଚନା ଅନୁଯାୟୀ, ଆମ ସମାଜରେ ଏପରି ଅନେକ ଉଦ୍ଭିଦ ଏବଂ ସେମାନଙ୍କର ପତ୍ର ଅଛି ଯାହା ଡାଇବେଟିସ୍‌ ଦୂର କରିବାର ଶକ୍ତି ରଖିଥାଏ । ଏହି ଉଦ୍ଭିଦଗୁଡ଼ିକୁ ଆଣ୍ଟିଡିଏବେଟିକ୍ କୁହାଯାଏ । ତାହେଲେ ଆସନ୍ତୁ ଜାଣିବା ଯେ ସୁଗାରକୁ ନିୟନ୍ତ୍ରଣ କରୁଥିବା ଉଦ୍ଭିଦ ଏବଂ ପତ୍ର କ’ଣ ?

ଜାଣନ୍ତୁ ଡାଇବେଟିସ୍‌କୁ ନିୟନ୍ତ୍ରଣ କରୁଥିବା ଉଦ୍ଭିଦ ଏବଂ ପତ୍ର :

ଇନସୁଲିନ୍ ପ୍ଲାଣ୍ଟ : ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବାରେ ଇନସୁଲିନ୍ ଉଦ୍ଭିଦ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଡାକ୍ତରୀ ଭାଷାରେ ଏହାକୁ କଷ୍ଟସ୍ ଇଗ୍ନିସ୍ କୁହାଯାଏ । ଏହି ଉଦ୍ଭିଦର ପତ୍ର ଖାଇବା ଦ୍ୱାରା ଇନସୁଲିନ୍ ଉତ୍ପାଦନ ବୃଦ୍ଧି ପାଇଥାଏ । ଇନସୁଲିନ୍ ଉଦ୍ଭିଦର ପତ୍ର ଶରୀରରେ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଆପଣ ଏହି ପତ୍ରଗୁଡ଼ିକୁ ଚୋବାଇ ଖାଇପାରିବେ କିମ୍ବା ପାଉଡର ତିଆରି କରି ଏହି ପାଉଡରକୁ ପାଣିରେ ମିଶାଇ ପିଇପାରିବେ । ଏହା ସୁଗାର ଲେବଲ କମ୍‌ କରିବାରେ ସାହାଯ୍ୟ କରିଥାଏ ।

ଆଲୋଭେରା : ଆଲୋଭେରାର ଅନେକ ଭଲ ଗୁଣ ବିଷୟରେ ଆପଣ ନିଶ୍ଚୟ ଭାବେ ଜାଣିଥିବେ । ତେବେ ପେଟକୁ ସୁସ୍ଥ ରଖିବା, ସ୍କିନ୍‌କୁ ଚମକାଇବା ଏବଂ କେଶକୁ ଚମକାଇବା ଏବଂ ସିଲ୍କି କରିବାରେ ଆଲୋଭେରା ସାହାଯ୍ୟ କରିଥାଏ । ଅନେକ ପ୍ରକାରର ସ୍କିନ୍‌ ଆଲର୍ଜି ଏବଂ ଅନ୍ୟାନ୍ୟ ସମସ୍ୟାରେ ଆଲୋଭେରା ମଧ୍ୟ ଉପଯୋଗୀ ହୋଇଥାଏ । ସେଥିପାଇଁ ଆପଣ ସୁଗାରକୁ ନିୟନ୍ତ୍ରଣ କରିବା ପାଇଁ ଆଲୋଭେରା ମଧ୍ୟ ବ୍ୟବହୃତ କରିପାରିବେ । ଡାଇବେଟିସ୍‌ କମ୍‌ କରିବାରେ ଆଲୋଭେରା ଜୁସ୍‌ ବହୁତ ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ଏଥି ସହିତ ଏହା ଓଜନ କମ୍‌ କରାଇବା ସହ ବଡ଼ିରେ ଫୁଲିଥିବା ସ୍ଥାନକୁ କମ୍‌ କରାଇବାରେ ଅନେକ ସାହାଯ୍ୟ କରିଥାଏ ।

ସୁଗାର ପ୍ଲାଣ୍ଟ : ଷ୍ଟିଭିଆକୁ ସୁଗାର ପ୍ଲାଣ୍ଟ ମଧ୍ୟ କୁହାଯାଏ । ଷ୍ଟିଭିଓଲ୍ ଗ୍ଲାଇକୋସାଇଡ୍ ନାମକ ଯୌଗିକ ଏଥିରେ ମିଳିଥାଏ ଯାହା ସୁଗାର ଠାରୁ ପ୍ରାୟ ୧୫୦ ରୁ ୩୦୦ ଗୁଣ ମିଠା ହୋଇଥାଏ । ସୁଗାର ପ୍ଲାଣ୍ଟରେ ଏତେ କମ୍ କ୍ୟାଲୋରୀ ଅଛି ଯାହାକୁ ଜିରୋ କ୍ୟାଲୋରୀ ଉଦ୍ଭିଦ ମଧ୍ୟ କୁହାଯାଏ । ସୁଗାର ପ୍ଲାଣ୍ଟର ପତ୍ର ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇଥାଏ । ଖାଲି ପେଟରେ ଏହି ପତ୍ରଗୁଡିକ ଚୋବାଇବା ଦ୍ୱାରା ଏହା ସୁଗାର ଲେବଲକୁ କମ୍‌ କରିଥାଏ । ତେବେ ସୁଗାର ପ୍ଲାଣ୍ଟ ମଧ୍ୟ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଏକ ପ୍ରାକୃତିକ ମିଠା ଭାବରେ ବ୍ୟବହାର କରାଯାଇପାରିବ । ସେଥିପାଇଁ ଯଦି ଆପଣ ନିଜ ଡାଇବେଟିସ୍‌ ଏବଂ ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଏହି ଆୟୁର୍ବେଦିକ ଉପାୟ ଆପଣାଇ ପାରିବେ । ଯାହାଦ୍ୱାରା ଆପଣଙ୍କ ସୁଗାର ନିୟନ୍ତ୍ରଣରେ ରହିବ ଏବଂ ଆପଣ ହେଲଦି ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.