Below header

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିଦେବାକୁ ଧମକ ଦେଉଛି ଜିମ୍‌ ମାଲିକ, ଏନର୍ଜି ଡ୍ରିଙ୍କସରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ

ଜିମ୍‌ର ଜଣେ ମାଲିକ ପ୍ରେମ ସମ୍ପର୍କ ରଖି ଯୁବତୀଙ୍କ ନିକଟତର ହୋଇଥିଲେ। ଏହାପରେ ପାନୀୟରେ ନିଶା ଦେଇ ତାଙ୍କୁ ବେହୋସ କରି ଶାରୀରିକ ସମ୍ପର୍କ ରଖିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି।

କଟକ(କେନ୍ୟୁଜ୍): ଜିମ୍‌ରେ ଦୁଷ୍କର୍ମ!। ପ୍ରୋଟିନ୍‌ ସପ୍ଲିମେଣ୍ଟ ନାଁରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ । କଟକର ଏକ ଜିମ୍‌ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି । ଲଭ୍‌, ସେକ୍ସ, ଧୋକା, ବିବାହ ପ୍ରତିଶୃତି ପରେ ବ୍ଲାକମେଲ୍‌। ଜିମ୍‌ର ଜଣେ ମାଲିକ ପ୍ରେମ ସମ୍ପର୍କ ରଖି ଯୁବତୀଙ୍କ ନିକଟତର ହୋଇଥିଲେ। ଏହାପରେ ପାନୀୟରେ ନିଶା ଦେଇ ତାଙ୍କୁ ବେହୋସ କରି ଶାରୀରିକ ସମ୍ପର୍କ ରଖିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଦୁଷ୍କର୍ମ ସମୟର କିଛି ଫଟୋ ଉଠାଇ ଫେସବୁକ୍‌ରେ ସେ ଏବେ ଭାଇରାଲ କରିବାକୁ ଧମକ ବି ଦେଉଥିବା ଯୁବତୀ କଟକ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୋଲିସ ଅଭିଯୋଗ ଆଧାରରେ ମାମାଲା ରୁଜୁ କରି ତଦନ୍ତ କରୁଛି। ସମ୍ପୃକ୍ତ ମାଲିକଙ୍କୁ ପଚରାଉଚରା ଚାଲିଛି । ଅଭିଯୋଗ ଅନୁଯାୟୀ ୨୦୨୨ଜାନୁୟାରୀ ମାସରେ ଯୁବତୀ ଜଣକ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଜିମ୍‌ରେ ଆଡମିଶନ କରିଥିଲେ। ଏହି ସମୟରେ ଜିମ୍‌ ମାଲିକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଏହି ଘନିଷ୍ଠତା ପରେ ପ୍ରେମର ରୂପ ନେଇଥିଲା। ଏହାର ସୁଯୋଗ ନେଇ ଜିମ୍‌ରେ ଅଭ୍ୟାସ କରୁଥିବା ସମୟରେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ତେବେ ପରେ ବିବାହର ପ୍ରତିଶୃତି ଦେଇଥିଲେ ମଧ୍ୟ ଏବେ ଧରାଛୁଆଁ ଦେଉନାହାଁନ୍ତି। ଏନେଇ ଯୁବତୀ ଜଣକ ମାମଲା ରୁଜୁ କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.