ଅଟୋରେ ଯାଉଥିବା ବେଳେ ମା’ ଏବଂ ଝିଅ ଉପରେ ଖସିପଡିଲା ଲୁହା ପାଇପ, ଉଭୟ ମୃତ

ଲୁହାପାଇପ ଖସିପଡିବାରୁ ମା’ ଝିଅଙ୍କ ଜୀବନ ଚାଲିଗଲା । ୯ ବର୍ଷର ଝିଅକୁ ଆଣିବା ପାଇଁ ସ୍କୁଲ ଯାଇଥିଲେ ମହିଳା। ଫେରିବା ବେଳେ ବାଟରେ ନିର୍ମାଣାଧିନ କୋଠାରୁ ଖସିପଡିଲା ଲୁହା ପାଇପ । ମା’ ଝିଅ ମୃତ, ଅଟୋ ଚାଳକ ଗୁରୁତର ।

ମୃତ୍ୟୁ କେତେବେଳେ କେଉଁଠି ଅପେକ୍ଷା କରିଥାଏ, ତାହା କାହାକୁ ଜଣାନାହିଁ । ଆଉ ଏମିତି ମୃତ୍ୟୁ କେବେ କାହା ପାଇଁ କାଳ ସାଜେ ତାହା କେହି ଜାଣିପାରନ୍ତି ନାହିଁ । ଅଟୋରେ ଯାଉଥିବା ମା’ ଝିଅଙ୍କ ଉପରେ ଲୁହା ପାଇପ ପଡିବା ଯୋଗୁଁ ମୃତ୍ୟୁ ହୋଇଛି। ଏଭଳି ଘଟଣା ମୁମ୍ବାଇର ଜାଗେଶ୍ୱରୀ ଅଞ୍ଚଳରେ ଘଟିଛି । ଅଟୋରେ ଯାଉଥିବା ଜଣେ ମହିଳା ଓ ତାଙ୍କ ୯ ବର୍ଷୀୟ ଝିଅର ମୃତ୍ୟୁ ଘଟିଛି। । ଆଉ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି ।

ଶନିବାର ଅପରାହ୍ନ ପ୍ରାୟ ୪.୧୫ରେ ମୁମ୍ବାଇର ଜାଗେଶ୍ୱରୀ ଅଞ୍ଚଳରେ ଶମା ବାନୋ ଆସିଫ୍ ଶେଖ୍ ନାମକ ଜଣେ ମହିଳା ଅଟୋରେ ଫାରୁକ୍ ବାଳିକା ଉଚ୍ଚ ବିଦ୍ୟାଳୟରୁ ଝିଅଙ୍କୁ ନେଇ ଯାଉଥିଲେ। ୱେଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇୱେ ଅଞ୍ଚଳରେ ଥିବା ଶାଲିୟାକ୍ ହସ୍ପିଟାଲ ନିକଟରେ ବସ୍ତି ଥଇଥାନ କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ମାଣ ଚାଲିଥିବା କୋଠାଘରର ୫ମ ମହଲାରୁ ଲୁହା ପାଇପ୍ ଅଟୋ ଉପରେ ଖସି ପଡିଥିଲା ।

ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଜାଗେଶ୍ୱରୀ ଟ୍ରମା କେୟାର୍ ହସ୍ପିଟାଲକୁ ନେଇଥିଲେ। ଶମା ବାନ୍ନୋଙ୍କୁ ମୃତ୍ୟୁ ଘଟଣାସ୍ଥଳରେ ହୋଇଥିବା ବେଳେ ଝିଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଝିଅର ମୁଣ୍ଡରେ ସାଂଘାତିକ ଆଘାତ ଲାଗିଥିବା ଯୋଗୁଁ ରକ୍ତସ୍ରାବ ହେଉଥିଲା। ପିଲାଟିର ଏକାଧିକ ହାଡ଼ ବି ଭାଙ୍ଗିଯାଇଥିଲା। ତାଙ୍କୁ ଅନ୍ଧେରୀ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଘୋଷଣା କରିଥିଲେ।
ମା ଓ ଝିଅ ଦୁହେଁ ଜାଗେଶ୍ୱରୀ ଇଷ୍ଟ୍ ଅନ୍ତର୍ଗତ ପ୍ରତାପ ନଗରରେ ରହୁଥିଲେ। ମହିଳାଙ୍କ ସ୍ବାମୀ ଜଣେ ଦରଜୀ ଭାବେ ସେଠାରେ କାମ କରୁଥିଲେ ।