ଆଇପିଏଲ୍‌ ୨୦୨୩ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଆପଣ ମଧ୍ୟ କିଣି ନିଜର ନାମ ଏବଂ ନମ୍ବର ଛପାଇପାରିବେ

ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଜର୍ସି ଲଞ୍ଚ । ରୋହିତ, ସୂର୍ଯ୍ୟ, ଈଶାନ କିଶନ ନୂଆ ଜର୍ସିରେ ଆସିଲେ ନଜର । କେବଳ ଖେଳାଳି ନୁହେଁ ଫ୍ୟାନ୍ସ ମଧ୍ୟ ଏହାକୁ କିଣି ନିଜ ନାମ ଏବଂ ନମ୍ବର ଛପାଇ ପିନ୍ଧିପାରିବେ ।

ଆଇପିଏଲ୍‌ ୨୦୨୩ ଆରମ୍ଭ ହେବା ପୂର୍ବରୁ ନୂଆ ଜର୍ସି ଲଞ୍ଚ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ନୂଆ ଜର୍ସିର କଲର ଏବଂ ଡିଜାଇନରେ ବିଶେଷ କିଛିପରିବର୍ତ୍ତନ କରିନାହିଁ । ମୁମ୍ବାଇର ଏହି ନୂଆ ଜର୍ସିକୁ ଶାନ୍ତନୁ ଏବଂ ନିଖିଲ ଡିଜାଇନ କରିଛନ୍ତି । ସର୍ବାଧିକ ୫ ଥରର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ଆଇପିଏଲ୍‌ ପାଇଁ ତାହାର ଅଫିସିଆଲ୍ ପ୍ଲେଇଂ କିଟ୍ ମଧ୍ୟ ଉନ୍ମୋଚନ କରିଛି।

ମୁମ୍ବାଇ ଇଣ୍ଡିଆନ୍ସ ନିଜର ଟ୍ଵିଟର ଆକାଉଣ୍ଟରେ ଏହି ନୂଆ ଜର୍ସି ଉନ୍ମୋଚନ କରିଛି । ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା ଓ ଈଶାନ କିଶନ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଜର୍ସି ପିନ୍ଧି କ୍ୟାମେରା ସାମ୍ନାକୁ ଆସିଛନ୍ତି। ଏହି ଜର୍ସିରେ ନୀଳ ସହ ସୁନେଲୀ ରଙ୍ଗ ରହିଛି। ଏକ ଭିଡିଓ ସହ ମୁମ୍ବାଇ ଇଣ୍ଡିଆନ୍ସ ଏହି ଜର୍ସିର ଉନ୍ମୋଚନ କରିଥିଲା।

କେବଳ ଖେଳାଳି ନୁହେଁ, ବରଂ ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ୍ସ ଏହାକୁ କିଣି ନିଜର ମନ ପସନ୍ଦର ଖେଳାଳିଙ୍କ ନାମ କିମ୍ବା ନମ୍ବର ଲେଖାଇପାରିବେ । ଏହି ଜର୍ସି ଆଗାମୀ ୭ ଦିନ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ସପ୍‌ରେ ବିକ୍ରି ପାଇଁ ଉପଲବ୍ଧ ରହିବ। ଏହା ପରେ ଅନ୍ୟ ସଫିଂ ପ୍ଲାଟଫର୍ମରେ ବିକ୍ରି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.