ଯାଜପୁର ସୁନାରୀ ଗାଁର କିଆବୁଦା ମୂଳରେ ପଡିଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ଯାଜପୁର (କେନ୍ୟୁଜ୍): କିଆବୁଦା ମୂଳରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡିଛି ମୃତଦେହ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ସୁନାରୀ ଗାଁର ଘଟଣା। ମୃତ ମହିଳା ଜଣକ ମଙ୍ଗଳବାର ରାତିରୁ ନିଖୋଜ ଥିଲେ। ଗତକାଲି ଧର୍ମଶାଳା ଥାନାରେ ଭଉଣୀ ନିଖୋଜ ହେବା ନେଇ ତାଙ୍କ ଭାଇ, ଅଭିଯୋଗ କରିଥିଲେ।

ଗତ ୫/୬ବର୍ଷ ହେବ ପାରିବାରିକ କଳହ ଯୋଗୁ ମହିଳା ଜଣକ ନିଜର ଏକମାତ୍ର ଝିଅକୁ ଧରି ବାପଘରେ ଆସି ରହୁଥିଲେ । ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ମଙ୍ଗଳବାର ହଠାତ୍‌ ଘରୁ କୁଆଡେ ଚାଲିଯାଇଥିଲେ। ଆଜି ସକାଳୁ ଘରଠାରୁ କିଛି ଦୂରରେ ଥିବା ଏକ କିଆ ବୁଦା ମୂଳେ ଦରପୋଡ଼ା ଅବସ୍ଥାରେ ଏକ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏହା ସୁନାରୀ ଗାଁର ଗୀତାଞ୍ଜଳୀ ଦାଶଙ୍କର ବୋଲି ଜଣାପଡିଥିଲା । ମୃତଦେହ ପାଖରେ ପ୍ଲାଷ୍ଟିକ ଜାର୍‌ ପଡିଥିବା ବେଳେ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.