Below header

୨ଟି ଗଛ, ଦୁଇଟି ଟାୟାର ଓ ଦଉଡ଼ିକୁ ବ୍ଯବହାର କରି ଅତ୍ୟାଧୁନିକ ଲିଫ୍ଟ, ଚର୍ଚ୍ଚାରେ କଣ୍ଟାମାଳର ପୂର୍ଣ୍ଣଚନ୍ଦ୍ର

କଣ୍ଟାମାଳ(କେନ୍ୟୁଜ୍): କଥାରେ ଅଛି ବୁଦ୍ଧି ଥିଲେ ଉପାୟ ଆପେ ଆପେ ଆସେ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶୁଣ୍ଢିପଦରର ପୂର୍ଣ୍ଣଚନ୍ଦ୍ର ସେଠୀ।  ଏଭଳି କିଛି ପ୍ରୟାସ କରିଛନ୍ତି ଯାହା ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ସେ ନିଜସ୍ବ ବୁଦ୍ଧିକୁ ପ୍ରୟୋଗ କରି ତିଆରି କରିଛନ୍ତି ଏକ ଅତ୍ୟାଧୁନିକ ଲିଫ୍ଟ।

ଦୁଇଟି ଗଛ ,ଦୁଇଟି ଟାୟାର ଓ ଦଉଡ଼ିକୁ ବ୍ଯବହାର କରି ସେ ତିଆରି କରିଛନ୍ତି ଏହି ଅତ୍ୟାଧୁନିକ ଲିଫ୍ଟ। ଯାହା ଦ୍ବାରା ୨୦ ଫୁଟ ଉଚ୍ଚ ଛାତ ଉପରକୁ ବାଲି, ଇଟା,ସିମେଣ୍ଟ ଏବଂ ପାଣି ଇତ୍ୟାଦି ଅତି ସହଜରେ ଚଢ଼େଇବାରେ ସରଳ ଓ ସହଜ ହେଉଛି । ତାଙ୍କର ଏହି ଅତ୍ୟାଧୁନିକ ଲିଫ୍ଟର ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେବାରେ ଲାଗିଛି । ସମସ୍ତେ ତାଙ୍କର ବୁଦ୍ଧିକୁ  ପ୍ରଶାଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.