ପ୍ରକାଶ ପାଇଲା ନିଟ୍‌ ୟୁଜି ୨୦୨୨ର ପରୀକ୍ଷା ତାରିଖ, ଏଠାରେ ସମସ୍ତ ସୂଚନା ପାଇପାରିବେ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷଣ ଏଜେନ୍ସି ପକ୍ଷରୁ ବୁଧବାର ନିଟ୍‌ ୟୁଜି ୨୦୨୨ ପାଇଁ ଅଫିସିଆଲ ନୋଟିଫିକେସନ୍‌ ଜାରି କରାଯାଇଛି। ନୋଟିଫିକେସନ୍‌ ମୁତାବକ, ପରୀକ୍ଷା ଜୁଲାଇ ୧୭ରେ ହେବ। ଅନ୍ୟପଟେ ଏନ୍‌ଟିଏ ପକ୍ଷରୁ ନିଟ୍‌ ୨୦୨୨ ପଞ୍ଜିକରଣ ପ୍ରକ୍ରିୟା Neet.nta.nic.in ରେ ଆରମ୍ଭ ହୋଇଯାଇଛି।

ନୋଟିଫିକେସନ୍‌ ମୁତାବକ, ନିଟ୍‌ ୟୁଜି ପରୀକ୍ଷା ୨୦୨୨ ସାରା ଦେଶରେ ୧୩ଟି ଭାଷାରେ ଆୟୋଜିତ ହେବ। ଇଚ୍ଛୁକ ପ୍ରାର୍ଥୀ Neet.nta.nic.in, nta.ac.inରେ ପୂରା ବିବରଣୀ ଦେଖିପାରିବେ। ମେଡିକାଲ ପ୍ରବେଶ ପରୀକ୍ଷା ନିଟ୍‌ ଜୁଲାଇ ୧୭ରୁ ଆୟୋଜିତ ହେବ ଓ ଏହାର ପଞ୍ଜିକରଣ ପ୍ରକ୍ରିୟା ବୁଧବାର ଠାରୁ ଆରମ୍ଭ ହେବ।


ଏନ୍‌ଟିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅନ୍‌ଲାଇନ୍‌ ଆବେଦନ ଦାଖଲ କରିବାର ଶେଷ ତାରିଖ ମେ’ ୬ ରହିଛି। ପ୍ରାର୍ଥୀଙ୍କୁ ଏହି ସୂଚନା ବୁଲେଟିନ୍‌ ଓ ଏନ୍‌ଟିଏ ୱେବ୍‌ସାଇଟ୍‌ରେ ମିଳିଯିବ। ପ୍ରାର୍ଥୀଙ୍କୁ ଏହି ନିର୍ଦ୍ଦେଶକୁ କଡ଼ା କଡ଼ି ଭାବେ ପାଳନ କରିବାକୁ ହେବ। ଯେଉଁ ପ୍ରାର୍ଥୀ ଏହି ନିୟମ ନ ମାନିବ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବ।

ଅଧିକାରୀ କହିଛନ୍ତି, ପରୀକ୍ଷାର୍ଥୀଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ ଅନ୍‌ଲାଇନ୍‌ ଆବେଦନରେ ସେ ନିଜର କିମ୍ବା ଅଭିଭାବକଙ୍କ ନମ୍ବର ଓ ଇ-ମେଲ୍‌ ଆଇଡି ଦେବେ। କାରଣ ଏନ୍‌ଟିଏ ପକ୍ଷରୁ କେବଳ ଏହି ଫୋନ୍‌ ନମ୍ବର ଓ ଇମେଲ ଆଇଡିରେ ହିଁ ପରୀକ୍ଷାର ସମସ୍ତ ସୂଚନା ଦିଆଯିବ।

Also Read: ସମସ୍ତ ମନ୍ତ୍ରୀଙ୍କୁ ତୁରନ୍ତ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଲେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି, ଜାଣନ୍ତୁ କାହିଁକି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.