ସମସ୍ତ ମନ୍ତ୍ରୀଙ୍କୁ ତୁରନ୍ତ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଲେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି, ଜାଣନ୍ତୁ କାହିଁକି

ଆନ୍ଧ୍ରରେ ଏକାଥରକେ ଇସ୍ତଫା ଦେବେ ୨୪ ମନ୍ତ୍ରୀ। ବୁଧବାର ମନ୍ତ୍ରିମଣ୍ଡଳର ସମସ୍ତ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି। ଏପ୍ରିଲ ୧୧ରେ ପୁଣିଥରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ନିଆଯିବ। ଏଣୁ ଶପଥ ଗ୍ରହଣ ପୂର୍ବରୁ ସମସ୍ତ ମନ୍ତ୍ରୀଙ୍କୁ ନିଜ ନିଜ ଇସ୍ତଫା ପତ୍ର ଦାଖଲ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ମୁଖ୍ୟମନ୍ତ୍ରୀ ଜଗନମୋହନ ଭେଟିବାର ଗୋଟିଏ ଦିନ ପରେ କ୍ୟାବିନେଟ୍‌ରେ ନୂଆ ସରକାର ଗଠନ ହେବାର ଔପଚାରିକ ଘୋଷଣା ହୋଇଛି।

 

ରିପୋର୍ଟ ମୁତାବକ, ପୁନର୍ଗଠିତ ମନ୍ତ୍ରିମଣ୍ଡଳରେ ନୂଆ ମୁହଁ ରହିବେ। କିନ୍ତୁ ବର୍ତ୍ତମାନ ଟିମ୍‌ରୁ ୪-୫ ଜଣଙ୍କୁ ପୁଣିଥରେ ସାମିଲ କରାଯାଇପାରେ।

ପ୍ରକାଶ ଯେ ୩୦ ମେ ୨୦୧୯ରେ ମୁଖ୍ୟମନ୍ତ୍ରୀ ରୂପେ ପଦ ଭାର ସମ୍ଭାଳିବା ବେଳେ ଜଗନ ମୋହନ ଘୋଷଣା କରିଥିଲେ ଯେ ଅଢ଼େଇ ବର୍ଷ ପରେ ସେ ନିଜ ମନ୍ତ୍ରିମଣ୍ଡଳକୁ ସମ୍ପୂର୍ଣ୍ଣ ବଦଳାଇବେ ଓ ଏକ ନୂଆ ଟିମ୍‌ ଗଢ଼ିବେ। ଏବେ ମୁଖ୍ୟମନ୍ତ୍ରୀ ନିଜ କଥା ରଖିଛନ୍ତି।

Leave A Reply

Your email address will not be published.