Below header

କିଏ ଫିଙ୍ଗି ଦେଇଗଲା ସଦ୍ୟଜାତ ପିଲାକୁ, ଉଦ୍ଧାର କଲେ ମହିଳା

ଭଞ୍ଜନଗର (କେନ୍ୟୁଜ୍‌): ପରିତ୍ୟକ୍ତ ସ୍ଥାନରୁ ସଦ୍ୟଜାତ ଶିଶୁ ପୁତ୍ର ଉଦ୍ଧାର । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ଗାଁ ନିକଟରୁ ଜଣେ ମହିଳା ଏହି ଶିଶୁ ପୁତ୍ରଟିକୁ ଉଦ୍ଧାର କରିଛନ୍ତି । ତାକୁ ତୁରନ୍ତ ସେ ଭଂଜନଗର ମେଡିକାଲରେ ପହଞ୍ଚାଇ ଥିଲେ । ଖବର ପାଇ ବ୍ରହ୍ମପୁର ଚାଇଲ୍ଡ ଲାଇନ ଟିମ୍‌ ସେଠାରୁ ଶିଶୁକୁ ନିଜ ଦାୟିତ୍ୱରେ ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଇଛନ୍ତି ।
ଭଂଜନଗର ମେଡିକାଲ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଶିଶୁପୁତ୍ରର ଅବସ୍ଥା ଭଲ ଅଛି । ତେବେ କିଏ ଓ କାହିଁକି ସଦ୍ୟଜାତ ଶିଶୁକୁ ଏଭଳି ଜାଗାରେ ଫିଙ୍ଗି ଚାଲି ଯାଇଛି ତାହାର କାରଣ ଜଣାପଡ଼ି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.