ଝିଅ ଜନ୍ମରେ ଏମିତି ଖୁସି ପୂର୍ବରୁ କେବେ ଦେଖି ନ ଥିବେ…! ହେଲିକାପ୍ଟରରେ ଘରକୁ ଆସିଲା କନ୍ୟା ସନ୍ତାନ

ଆଜି ବି ଆମ ସମାଜରେ ପୁଅଝିଅ ଭେଦଭାବ ରହିଛି। କିନ୍ତୁ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି, ତାହା ଅନେକଙ୍କୁ ଏକ ସୁନ୍ଦର ଉଦାହରଣ ନିଶ୍ଚୟ ପ୍ରଦାନ କରିବ। ଭାଇରାଲ ହେଉଥିବା ଏହି ନିଆରା ଭିଡିଓକୁ ଲୋକେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଘଟଣା ମହାରାଷ୍ଟ୍ରର। ଏଠି ଏକ ପରିବାରରେ କନ୍ୟା ସନ୍ତାନ ଜନ୍ମ ହେବା ପରେ ଘର ଲୋକେ ଖୁସିରେ ପାଗଳ ହୋଇ ଯାଇଥିଲେ।

ସେମାନେ ନବଜାତକକୁ ନିଆରା ଢଙ୍ଗରେ ଘରକୁ ସ୍ୱାଗତ କରିଥିଲେ। ଝିଅକୁ ଗାଁ ପର୍ଯ୍ୟନ୍ତ ନେଇଯିବା ପାଇଁ ଏକ ହେଲିକାପ୍ଟରର ବ୍ୟବସ୍ଥା କରିଥିଲେ, ଯାହାର ଭିଡିଓ ଇଣ୍ଟରନେଟ୍‌ରେ ଖୁବ୍‌ ପ୍ରଶଂସା ସାଉଁଟୁଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁନେ ଶେଲ୍‌ଗାଁରେ। ଏଠାରେ ଏକ ପରିବାରରେ ଝିଅ ଜନ୍ମ ହେଉଣୁ ଖୁସିର ଲହରୀ ଖେଳି ଯାଇଥିଲା। ସମସ୍ତେ ଏତେ ମାତ୍ରାରେ ଖୁସି ଥିଲେ ଯେ ୧ ଲକ୍ଷ ଟଙ୍କା ଭଡ଼ାରେ ହେଲିକାପ୍ଟର ବୁକ୍‌ କରି ଦେଇଥିଲେ ଏବଂ ଝିଅକୁ ଗାଁକୁ ନେଇକି ଆସିଥିଲେ।

ତେବେ ପୂର୍ବରୁ ହିଁ ପରିବାର ଲୋକେ ଏଭଳି ନିଷ୍ପତ୍ତି ନେଇଥିଲେ ଯେ ଝିଅ ଜନ୍ମ ହେଲେ ତାକୁ ଭବ୍ୟ ସ୍ୱାଗତ କରାଯିବ। କନ୍ୟା ସନ୍ତାନର ବାପା ବିଶାଲ ଜରେକର କହିଛନ୍ତି, ଆମ ପରିବାରରେ କେହି ଝିଅ ନ ଥିଲେ। ଏଥିପାଇଁ ଝିଅର ଜନ୍ମକୁ ଖାସ୍‌ କରିବା ପାଇଁ ଆମେ ୧ ଲକ୍ଷ ଟଙ୍କାର ଚପର୍‌ ରାଇଡ୍‌ ବ୍ୟବସ୍ଥା କରିଥିଲୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.