Below header

ଜଙ୍ଗଲରୁ ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଙ୍ଗଲରୁ ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମାଇଛେଳି ଗାଁ ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଛି ମରଶରୀର । ମୃତକଙ୍କ ନାଁ ସଞ୍ଜୟ କୁମାର ଜାନୀ ଓ ଘର ଦଶପଲ୍ଲା ବ୍ଲକର ଟାକରା ଅଞ୍ଚଳରେ । ସେ ଓଡ଼ିଶା ଅକଜିଲାରୀ ପୋଲିସ୍ ଫୋର୍ସରେ କାର୍ଯ୍ୟରତ ଥିଲେ ।

ଦଶପଲ୍ଲା: ଜଙ୍ଗଲରୁ ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମାଇଛେଳି ଗାଁ ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଛି ମରଶରୀର । ମୃତକଙ୍କ ନାଁ ସଞ୍ଜୟ କୁମାର ଜାନୀ (୩୫) ଓ ଘର ଦଶପଲ୍ଲା ବ୍ଲକର ଟାକରା ଅଞ୍ଚଳରେ । ସେ ଓଡ଼ିଶା ଅକଜିଲାରୀ ପୋଲିସ୍ ଫୋର୍ସରେ କାର୍ଯ୍ୟରତ ଥିଲେ ।

ଆଜି ମାଇଛେଳି ଗାଁର କିଛି ଲୋକ ଜଙ୍ଗଲ ନିକଟରୁ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇଥିଲେ । ପରେ ଘଟଣାସ୍ଥଳରେ ଝୁଲନ୍ତା ମୃତଦେହ ଦେଖି ନୂଆଗାଁ ଥାନାକୁ ଜଣାଇଥିଲେ । ପୋଲିସ ପହଞ୍ଚି ସଞ୍ଜୟଙ୍କର ମୃତଦେହ ଉଦ୍ଧାର କରିଥିଲା । ସେ ଓଡ଼ିଶା ଅକଜିଲାରୀ ପୋଲିସ୍ ଫୋର୍ସ ବା OAPF ଭାବରେ ନୟାଗଡ଼ ହେଡକ୍ୱାର୍ଟରରେ କାମ କରୁଥିଲେ । ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଅଧିକ ଖୋଳତାଡ କରୁଛି ନୂଆଗାଁ ଥାନା ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.