ମାଳଦୀପର ମତିଭ୍ରମ, ମାର୍ଚ୍ଚ ୧୫ ସୁଦ୍ଧା ସେନା ପ୍ରତ୍ୟାହାର ପାଇଁ କହିଲା ମାଳଦୀପ

ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ। ପରେ ଭାରତକୁ ସମାଲୋଚନା। ସେତିକିରେ ଥମି ନାହିଁ ମାଳଦୀପ। ପୁଣି ଭାରତକୁ ଦେଖାଇଛି ନାଲି ଆଖି। ଚୀନ ବଳରେ ବଳୀୟାନ ମାଳଦୀପ ରାଷ୍ଟ୍ରପତି ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ମାଳଦୀପରେ ଅବସ୍ଥାପିତ ଭାରତୀୟ ସେନାକୁ ପ୍ରତ୍ୟାହାର ପାଇଁ କହିଛନ୍ତି ମାଳଦୀପ ରାଷ୍ଟ୍ରପତିଙ୍କ ପ୍ରମୁଖ ସଚିବ ଅବଦୁଲ୍ଲା ନଜିମ୍।

ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ। ପରେ ଭାରତକୁ ସମାଲୋଚନା। ସେତିକିରେ ଥମି ନାହିଁ ମାଳଦୀପ। ପୁଣି ଭାରତକୁ ଦେଖାଇଛି ନାଲି ଆଖି। ଚୀନ ବଳରେ ବଳୀୟାନ ମାଳଦୀପ ରାଷ୍ଟ୍ରପତି ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ମାଳଦୀପରେ ଅବସ୍ଥାପିତ ଭାରତୀୟ ସେନାକୁ ପ୍ରତ୍ୟାହାର ପାଇଁ କହିଛନ୍ତି ମାଳଦୀପ ରାଷ୍ଟ୍ରପତିଙ୍କ ପ୍ରମୁଖ ସଚିବ ଅବଦୁଲ୍ଲା ନଜିମ୍। ୨୦୨୩ ନଭେମ୍ବର ମାସରେ ଚୀନ ସମର୍ଥିତ ପ୍ରାର୍ଥୀ ମୁଇଜ୍ଜୁ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଭାରତ ସହ ସମ୍ପର୍କ ବିଗିଡିବା ଆରମ୍ଭ ହୋଇଥିଲା।

ମାଳଦୀପରୁ ଭାରତୀୟ ସେନା ହଟାଇବା ଥିଲା ନିର୍ବାଚନୀ ପ୍ରତିଶ୍ରୁତି। ଭାରତୀୟ ସେନାର ଉପସ୍ଥିତି ଚୀନ ପାଇଁ ଅଡୁଆ ସୃଷ୍ଟି କରୁଥିବାରୁ ସେମାନଙ୍କୁ ହଟାଇବା ଥିଲା ନବନିର୍ବାଚିତ ମୁଇଜ୍ଜୁ ସରକାରଙ୍କ ପ୍ରଥମ ଓ ପ୍ରମୁଖ କାମ। ଶେଷରେ ସେଇଆ ହେଲା। ଚୀନ କଥାରେ ପଡି ଭାରତୀୟ ସେନାକୁ ଔପଚାରିକ ଭାବେ ମାଳଦୀପରୁ ହଟିବାକୁ ଅନୁରୋଧ କରିଛନ୍ତି ମୁଇଜ୍ଜୁ। ପୂର୍ବ ମାଳଦୀପ ସରକାରଙ୍କ ଅନୁରୋଧ କ୍ରମେ ଦୀର୍ଘ ବର୍ଷ ଧରି ମାଳଦୀପରେ ଥିବା ଭାରତୀୟ ସେନାର ଏକ ଛୋଟ ୟୁନିଟ ରହିଛି। ସାମୁଦ୍ରିକ ସୁରକ୍ଷା ଓ ବିପର୍ଯ୍ୟୟ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ମୁତୟନ ହୋଇଥିବା ଭାରତୀୟ ସେନାର ଏହି ୟୁନିଟ କାମ କରୁଥିଲା।

ହେଲେ ଭାରତ ମହାସାଗରୀୟ କ୍ଷେତ୍ରରେ ଦ୍ରୁତ ପ୍ରଗତିଶୀଳ ଭାରତର ଦବ୍ ଦବାକୁ ଚେକ୍ ଦେବାକୁ ଅସ୍ତବ୍ୟସ୍ତ ହୋଇ ପଡିଥିବା ଚୀନ ଶେଷରେ ମାଳଦୀପକୁ ମୋହରା କରିଛି। ଭାରତ ସହିତ ଅତୀତ ସମ୍ପର୍କକୁ ଭୁଲି ମାଳଦୀପ ବି ଚୀନ କଥାରେ ଭଳି ଯାଇଛି। ନିଜ ଆଡୁ ବିବାଦ ସୃଷ୍ଟି କରି ଶେଷରେ ଭାରତୀୟ ସେନାକୁ ଦେଶରୁ ହଟିବାକୁ କହିଛି ମାଳଦୀପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷଦ୍ୱୀପ ଗସ୍ତକୁ ନେଇ ଆରମ୍ଭ ହୋଇଥିବା ବିବାଦ ଯୋଗୁଁ ଦୁଇ ଦେଶର କୂଟନୈତିକ ସମ୍ପର୍କ ପ୍ରଭାବିତ ହୋଇଥିଲା। ସେହି ବିବାଦ ଥମି ନଥିବା ବେଳେ ମାଳଦୀପ ସରକାରଙ୍କ ସେନା ପ୍ରତ୍ୟାହାର ଅନୁରୋଧ ଦୁଇ ଦେଶର ସମ୍ପର୍କକୁ ଆହୁରି ପ୍ରଭାବିତ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.