ଏହି ଗାଁରେ କେବେ ପଡ଼ୁନଥିଲା ସୂର୍ଯ୍ୟଙ୍କ କିରଣ, ଲୋକେ ତିଆରି କରିଦେଲେ ସୂର୍ଯ୍ୟ

ଇଟାଲୀର ଏହି ଗାଁରେ ସୂର୍ଯ୍ୟ ଉଦୟ ହେଉଥିଲେ ସତ କିନ୍ତୁ ଏହି ଗାଁର ଲୋକେସନ୍‌ ଏପରି ଥିଲା ଯେ ସୂର୍ଯ୍ୟକିରଣ ଗାଁରେ ପଡ଼ୁନଥିଲା । ଗ୍ରାମବାସୀ ସୂର୍ଯ୍ୟଙ୍କ କିରଣରୁ ବଞ୍ଚିତ ରହୁଥିଲେ । ପରେ ଗାଁର ଲୋକମାନେ କୃତ୍ରିମ ସୂର୍ଯ୍ୟ ତିଆରି କରିଥିଲେ ।

ପୃଥିବୀରେ ବାସ କରୁଥିବା ପ୍ରତ୍ୟେକ ପ୍ରାଣୀ ପାଇଁ ସୂର୍ଯ୍ୟଙ୍କ କିରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏବେ ଅତ୍ୟଧିକ ଥଣ୍ଡା ହେଉଥିବାରୁ ସମସ୍ତେ ଖରାରେ ବସିବାକୁ ଚାହିଁଥାଆନ୍ତି । ଗତ କିଛି ଦିନ ହେବ ଦେଶର କେତେକ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ଏହାରି ଭିତରେ ସୂର୍ଯ୍ୟଙ୍କ କିରଣ କିଛି ସ୍ଥାନରେ ବିରଳ ହୋଇପଡ଼ିଛି । ଉତ୍ତର ଭାରତରେ ଘନ କୁହୁଡ଼ିର ଚାଦର ଦେଖିବାକୁ ମିଳିଛି ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ଆପଣେଇଛନ୍ତି । କିନ୍ତୁ ଗୋଟିଏ ଗାଁ ଶୀତରୁ ରକ୍ଷା ପାଇବା ପାଇଁ ଏଭଳି ପନ୍ଥା ଆପଣେଇଥିଲେ ଯାହା ବିଷୟରେ ସାଧାରଣ ଲୋକେ ଚିନ୍ତା କରିବା ମଧ୍ୟ କଷ୍ଟକର । ଗାଁର ଲୋକମାନେ କୃତ୍ରିମ ସୂର୍ଯ୍ୟ ତିଆରି କରିଥିଲେ । ଏଠାରେ ଆମେ ଚୀନ୍ ବିଷୟରେ କହୁନାହୁଁ ଆଜ୍ଞା, ଇଟାଲୀର ଏହି ଗାଁରେ ସୂର୍ଯ୍ୟ ଉଦୟ ହେଉଥିଲେ ସତ କିନ୍ତୁ ଏହି ଗାଁର ଲୋକେସନ୍‌ ଏପରି ଥିଲା ଯେ ସୂର୍ଯ୍ୟକିରଣ ଗାଁରେ ପଡ଼ୁନଥିଲା । ଗ୍ରାମବାସୀ ସୂର୍ଯ୍ୟଙ୍କ କିରଣରୁ ବଞ୍ଚିତ ରହୁଥିଲେ ।

ନାନା ସମସ୍ୟା ଦେଇ ଗତି କରୁଥିଲେ ଗାଁ ଲୋକେ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗ୍ରାମବାସୀ ସୂର୍ଯ୍ୟଙ୍କୁ ପୃଥିବୀକୁ ଆଣିଥିଲେ । ବାସ୍ତବରେ ସେମାନେ ସୂର୍ଯ୍ୟକିରଣ ପାଇଁ ଏପରି ବ୍ୟବସ୍ଥା କରିଛନ୍ତି ଯେ ସମସ୍ତେ କୁହନ୍ତି ଯେ ସେ ନିଜ ପାଇଁ ଅଲଗା ସୂର୍ଯ୍ୟ ତିଆରି କରିଛନ୍ତି । ଏହି ଗାଁ ନାଁ ହେଉଛି ଭିଗ୍ନେଲା । ଯାହା ସ୍ୱିଜରଲ୍ୟାଣ୍ଡ ଏବଂ ଇଟାଲୀ ମଧ୍ୟରେ ଉପସ୍ଥିତ । ୧୧ ନଭେମ୍ବରରୁ ୨ ଫେବୃଆରୀ ମଧ୍ୟରେ ଏଠାରେ ସୂର୍ଯ୍ୟକିରଣର ପ୍ରକୋପ କମିଯାଇଥାଏ ।

ଭିଗ୍ନେଲା ଗ୍ରାମ ପର୍ବତ ମଧ୍ୟରେ ଅବସ୍ଥିତ। ସେଥିପାଇଁ ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣ ଏଠାରେ ଅଢ଼େଇ ମାସ ପର୍ଯ୍ୟନ୍ତ ପଡ଼ିନଥିଲା । ୧୧ ନଭେମ୍ବରରେ ସୂର୍ଯ୍ୟ ଏଠାରେ ଅଦୃଶ୍ୟ ହୋଇଯାଉଥିଲେ । ତା’ପରେ କେବଳ ଫେବୃଆରୀ ୨ ରେ ଗ୍ରାମବାସୀମାନେ ପୁଣି ସୂର୍ଯ୍ୟଙ୍କୁ ଦେଖିବାକୁ ପାଇଲେ । ଏହା ସ୍ଥାନୀୟ ଲୋକଙ୍କ ପାଇଁ ଏକ ପ୍ରକାର ସଙ୍କଟ ପରି ଆଭାସ ହୋଇଥିଲା । ତେବେ ଏହି ଗାଁରେ ୨୦୦ ଲୋକ ବାସ କରନ୍ତି । ଦୀର୍ଘ ଶତାବ୍ଦୀ ଧରି ସୂର୍ଯ୍ୟ ଅଦୃଶ୍ୟ ହେବା ଏବଂ ଅଢ଼େଇ ମାସ ପରେ ପୁନର୍ବାର ଦେଖାଯିବା ପ୍ରକ୍ରିୟା ଜାରି ରହିଲା । ୨୦୦୫ ମସିହାରେ, ଭିଗ୍ନେଲା ମେୟର ମିଡାଲିଙ୍କ ସହାୟତାରେ ପ୍ରାୟ ୧ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା । ତା’ପରେ ଗାଁ ସାମ୍ନାରେ ପର୍ବତ ଉପରେ ଏକ ବିରାଟ ଦର୍ପଣ ଲଗାଇବାର କାର୍ଯ୍ୟ ଆରମ୍ଭ ହେଲା ।

ନଭେମ୍ବର ୨୦୦୬ ସୁଦ୍ଧା ଗ୍ରାମବାସୀ ପର୍ବତ ଉପରେ ୪୦ ବର୍ଗ ମିଟର ଦର୍ପଣ ସ୍ଥାପନ କରିଥିଲେ। ଏହାର ଓଜନ ଥିଲା ୧.୧ ଟନ୍ । ଏହା ୧୧୦୦ ମିଟର ଉଚ୍ଚରେ ସ୍ଥାପିତ ହୋଇଥିଲା । ଯେତେବେଳେ ସେହି ଦର୍ପଣ ଉପରେ ସୂର୍ଯ୍ୟଙ୍କ କିରଣ ପଡ଼ିଥିଲା ପୂରା ଗାଁ ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇଥିଲା । ଦର୍ପଣର ବଡ଼ ଆକାର ହେତୁ ଡିସେମ୍ବର ୨୦୦୬ ରେ ପ୍ରଥମ ଥର ପାଇଁ ସାରା ଗାଁ ଆଲୋକ ପାଇଲା । ଦର୍ପଣର କୋଣ ଏପରି ସ୍ଥାପିତ ହୋଇଥିଲା ଯେ ଗାଁର ଗୋଟାଏ କୋଣକୁ ପ୍ରାୟ ୬ ଘଣ୍ଟା ଆଲୋକିତ କରିଥିଲା । ଏହି ଦର୍ପଣ ଲାଗିବା ପରେ ଲୋକଙ୍କ ସ୍ୱଭାବରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.