ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

କୁଚିଣ୍ଡା(କେନ୍ୟୁଜ୍‌): କୁଚିଣ୍ଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ଝାରମୁଣ୍ଡା ଓ ତବଲାକଟା ମଝି ରାସ୍ତାକଡରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଏକ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କୁଚିଣ୍ଡାର ଅକ୍ଷୟ ପାଣି। ସେ ପିକଅପ ଗାଡିର ଡ୍ରାଇଭର ବୋଲି ଜଣାପଡିଛି। ମୃତଦେହ ପାଖରେ ଏକ ପିକଅପ ଗାଡି ଛିଡା ହୋଇଛି ।

ଆଜି ଭୋର ସକାଳୁ ସକାଳୁ ତବଲକଟା ଗ୍ରାମର ଗ୍ରାମବାସୀ ରାସ୍ତାରେ ଯାଉଥିବାବେଳେ ଝୁଲନ୍ତା ଅବସ୍ଥାରେ ଶବକୁ ଦେଖି ଘଟଣାସ୍ଥଳରେ ପୋଲିସକୁ ଖବର ଦେଇଥିଲେ। ଏ ନେଇ କୁଚିଣ୍ଡା ପୋଲିସ ଏବଂ ସାଇଣ୍ଟିଫିକ ଦଳ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା ନା ଆତ୍ମହତ୍ୟା ତଦନ୍ତ ଆରମ୍ଭ କରିଛି ।