ସମ୍ବଲପୁର: ସନ୍ଦେହଜନକ ଭାବେ ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ମାନସିକ ଚାପରେ ରହୁଥିବା କହିଲେ କଲେଜ କର୍ତ୍ତୃପକ୍ଷ

ସମ୍ବଲପୁର: ସନ୍ଦେହଜନକ ଭାବେ ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ସମ୍ବଲପୁର ସଦର ଥାନା ଜୟନ୍ତଛକ ନିକଟରେ ଥିବା ବେସରକାରୀ ନର୍ସିଂ କଲେଜ ଛାତ୍ରୀଙ୍କ ମୃତଦେହ ମିଳିଛି। ମୃତ ଛାତ୍ରୀଜଣକ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାର ବୋଲି ଜଣାପଡ଼ିଛି। କିଛିଦିନ ତଳେ ସେ ଘରକୁ ଯାଇଥିବା ବେଳେ ଫେରିବା ପରଠାରୁ ମାନସିକ ଚାପରେ ରହୁଥିଲେ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି।

ସକାଳେ କଲେଜ ଯିବା ପାଇଁ ତାଙ୍କ ସାଙ୍ଗ ଡାକିଥିଲେ ମଧ୍ୟ ସେ କବାଟ ଖୋଲିନଥିଲେ। ଏହାପରେ ହଷ୍ଟେଲ ୱାଡେନଙ୍କୁ ଖବର ଦିଆଯିବା ପରେ ସେ ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ। ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତ ଛାତ୍ରୀଙ୍କ ପରିବାରକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଏସପି ବିଶାଳ ସିଂହ ପରିଦର୍ଶନ କରି ତଦନ୍ତ ନିର୍ଦେଶ ଦେଇଛନ୍ତି।