ଆସନ୍ତାକାଲିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା, ୨ହଜାର ୮୮୮ଟି କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୮୮୧ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ୨ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୮୮୧ ଛାତ୍ରଛାତ୍ରୀ ଦେବେ ପରୀକ୍ଷା। ପ୍ରତିଦିନି ସକାଳ ୧୦ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ । ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ୍‌କୁ ଗୁରୁତ୍ୱର ସହ ନେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ପ୍ରଶ୍ନ ଓ ଉତ୍ତର ଖାତା ରଖିବା ପାଇଁ ୩୦୭ଟି ନୋଡାଲ୍ ସେଣ୍ଟର କରାଯାଇଥିବା ବେଳେ ୬୧ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି ।

10th-examସବୁ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ରକୁ କଡ଼ା ସୁରକ୍ଷାରେ ରଖାଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ତ୍ରିସ୍ତରୀୟ ସ୍କ୍ଵାଡ୍ ବ୍ୟବସ୍ଥା କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ହଜାରଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି। ପରୀକ୍ଷା ସେଣ୍ଟରକୁ ମୋବାଇଲ ଫୋନ ନେବାକୁ ବାରଣ କରାଯାଇଛି। ସେହିପରି କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ଵାଡ ଗଠନ କରାଯାଇଥିବା ବେଳେ ଏଥିରେ ୧୧୮ ଜଣ କଲେଜ ଅଧ୍ୟାପକଙ୍କୁ ସାମିଲ କରାଯାଇଛି । ପରୀକ୍ଷା ଦିନ ସକାଳୁ କିପରି ପ୍ରଶ୍ନପତ୍ର ସେଣ୍ଟରଗୁଡ଼ିକରେ ଠିକ ସମୟରେ ପହଞ୍ଚିବ ତାଉପରେ ଗୁରୁତ୍ୱ ଦିଆଯାଉଛି । ଆସନ୍ତାକାଲି ହେଉଥିବା ପରୀକ୍ଷା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.