Below header

ମାଲକାନଗିରି: ଚିତ୍ରକୋଣ୍ଡାର ଜଣେ ବ୍ୟକ୍ତିଙ୍କ ଘରୁ ଜବତ ହେଲା ହନୁମାନ ପଇସା ସହ ବନ୍ଧୁକ ଓ ବନ୍ୟଜନ୍ତୁ ଛାଲ, ୩ ଗିରଫ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ଜଣେ ବ୍ୟକ୍ତିଙ୍କ ଘରୁ  ହନୁମାନ ପଇସା, ବହୁ ପୁରୁଣା ତମ୍ବା ମୁଦ୍ରା ,ହରିଣ ଛାଲ ,ଏକ ବନ୍ଧୁକ ଜବତ । ଏହା ସହ ଏହି ଘଟଣାରେ   ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି ଚିତ୍ରକୋଣ୍ଡା ପୋଲିସ।

ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ଆଇଆଇସି ଶ୍ରୀ ସୂର୍ଯ୍ୟପ୍ରକାଶ  ନାୟକଙ୍କ ନେତୃତ୍ୱରେ ଏକ ଟିମ ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ଦୈନିକ ବଜାର   ର ମୋହନ ତ୍ରିବେଦୀଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ସେଠାରୁ ଏକ ଡବଲ ବ୍ୟାରେଳ ବନ୍ଧୁକ, ୫୦ଗୋଟି ଭାରତୀୟ ଓ ବିଦେଶୀ ପୁରୁଣା ତମ୍ବା ପଇସା,ହନୁମାନ ପଇସା, ବିଭିନ୍ନ ରଙ୍ଗର ଓ ଭିନ୍ନ ରୂପର ରତ୍ନ ପଥର ଥିବା ଗୋଟିଏ ଷ୍ଟିଲ ବକ୍ସ, ନଗଦ ୧୨,୩୧୦ ଟଙ୍କା,ଗୋଟିଏ ସ୍କୁଟି(ଏ, ପି,୩୧,ଡି,ଜି ୮୩୭୮),ତିନୋଟି ମୋବାଇଲ, ଏଟିଏମ କାର୍ଡ ଜବତ କରିବା ସହ ଘର ମାଲିକ ଓ ଦୁଇଜଣ ବ୍ୟକ୍ତିଙ୍କୁ  ଗିରଫ କରିଛି ଚିତ୍ରକୋଣ୍ଡା ପୋଲିସ।

deer skin

ଏହି ତିନିଜଣ ବ୍ୟକ୍ତି ବହୁ ଦିନରୁ ଏଠାରେ ରହି ଏକ ଜାଲ ରାକେଟ ଚଲାଉଥିବା  ସହ ଗରିବ ନୀରିହ ଆଦିବାସୀ ଲୋକଙ୍କୁ ଜାଲ ରତ୍ନ ପଥର,ଜାଲ ତମ୍ବା ପଇସା, ହନୁମାନ ପଇସା ନାମରେ, ଲୋକମାନଙ୍କୁ ଠକୁ ଥିବା ପୋଲିସ କହିଛି। ଏହି ଅଭିଯୁକ୍ତ ମାନଙ୍କ ଠାରୁ ଏକ ହରିଣ ଚମଡା ମଧ୍ୟ ଜବତ କରିଛି ଚିତ୍ରକୋଣ୍ଡା ପୋଲିସ। ଏଥିରୁ ଅନୁମାନ କରାଯାଉଛି ଏବେବି ଏହି ଅଂଚଳରେ ବନ୍ୟଜନ୍ତୁ ଶିକାର ରାକେଟ ସକ୍ରିୟ ଅଛି । ଚିତ୍ରକୋଣ୍ଡା ସଦର ମହକୁମା ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଥିବାରୁ ଏହାର ସୁଯୋଗ ନେଇ  ଆନ୍ଧ୍ରପ୍ରଦେଶର ଚୋରା ବେପାରୀ ଏଠାରେ ବିଭିନ୍ନ ଜାଲ ବେପାର ବେଧଡ଼କ ଭାବେ ଚଲାଉଛନ୍ତି।

hanuman coin

ପୂର୍ବରୁ ବହୁ ଚୋରା ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳତା ହାସଲ କରିଥିବା ଚିତ୍ରକୋଣ୍ଡା ପୋଲିସକୁ ଏକ ବଡ ଧରଣର ଜାଲ ରତ୍ନ ପଥର, ହନୁମାନ ପଇସା , ବନ୍ୟଜନ୍ତୁ ଚମଡା ଚାଲାଣ କରୁଥିବା ରାକେଟ କୁ ଧରିବାରେ ସଫଳତା ମିଳିଛି । ଚିତ୍ରକୋଣ୍ଡା ଥାନା କେସ୍ ନଂ ୨୫,ଧାରା ୪୧୭,୪୨୦,୩୪, ଚୋରା ବନ୍ଧୁକ ରଖିବା ଅଭିଯୋଗରେ ଧାରା  ୨୫, ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୫୧ ଅନୁଯାୟୀ ଅଭିଯୁକ୍ତ,ମୋହନ ତ୍ରିବେଦୀ, (ଓଡ଼ିଶା) ଇଥାମ ସେଟି ଭେଙ୍କେଟ ରାମନା, କୃପାଭରାମ ତ୍ରିପାଲ୍ଲୀ (ଉଭୟ ଆନ୍ଧ୍ରପ୍ରଦେଶର ଏଲମାନଚିଲି ଗ୍ରାମର) ସମସ୍ତ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.