Below header

ଖେଳ ମଝିରେ ମୁହାଁମୁହିଁ ହେଲେ ପନ୍ତ ଏବଂ ଷ୍ଟୋକ୍ସ, ତା’ ପରେ ବ୍ଯାଟିଂ କରିବାକୁ ମନା କରିଦେଲେ ପନ୍ତ: ଭିଡିଓ ଭାଇରଲ

ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଖେଳା ଯାଉଛି। ଟେଷ୍ଟର ପ୍ରଥମ ଦିନରେ ୬ ଓ୍ଵିକେଟ୍ ହରାଇ ୩୦୦ ରନ କରିଛି ଭାରତ। ଦଳ ପକ୍ଷରୁ ରୋହିତ ଶର୍ମା ଦମଦାର ୧୬୧ ରନର ଇନିଂସ ଖେଳିଛନ୍ତି। ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ୬୭ ରନର ଉପଯୋଗୀ ବ୍ୟାଟିଂ କରିଛନ୍ତି। ପନ୍ତ ୫ ଚୌକା ଓ ୧ ଛକା ବଳରେ ୩୩ ରନ କରି ଅପରାଜିତ ଅଛନ୍ତି। ପ୍ରଥମ ଦିନରେ ଖେଳ ଶେଷ ହେବା ପୂର୍ବରୁ ପନ୍ତ ଓ ବେନ ଷ୍ଟୋକ୍ସଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଛି।

ଏମିତି ଘଟଣା ୮୭ତମ ଓଭରରେ ଦେଖିବାକୁ ମିଳିଥିଲା। ଜୋ ରୁଟ୍ ବୋଲିଂ କରୁଥିଲେ ଏବଂ ଷ୍ଟ୍ରାଇକରେ ଋଷଭ ପନ୍ତ ଥିଲେ। ପନ୍ତ ରୁଟଙ୍କ ବଲରେ ବଡ ସଟ୍ ଖେଳିବାରୁ ନିବୃତ୍ତ ରହୁଥିଲେ ଏବଂ ବଲ୍କୁ ଡିଫେନ୍ସ କରୁଥିଲେ। ସ୍ଲିପରେ ଛିଡା ହୋଇଥିବା ଷ୍ଟୋକ୍ସ ପନ୍ତଙ୍କ ଉପରେ କମେଣ୍ଟ କରି ଚାଲିଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ପନ୍ତ ସେ ପର୍ଯ୍ୟନ୍ତ ବ୍ୟାଟିଂ କରିବାକୁ ମନା କରିଥିଲେ ଯେ ପର୍ଯ୍ୟନ୍ତ ଷ୍ଟୋକ୍ସ ଚୁପ୍ ହୋଇ ନାହାନ୍ତି। ଏହା ପରେ ଯାଇ ପନ୍ତ ରୁଟଙ୍କ ଓଭରର ଶେଷ ଦୁଇଟି ବଲ୍ ଖେଳିଥିଲେ।

ଏତିକିରେ ଏହି ମାମଲା ସମାପ୍ତ ହୋଇନଥିଲା। ରୁଟଙ୍କ ଓଭର ପରେ କ୍ରିଜ୍ ଅତିକ୍ରମ କରିବା ବେଳେ ବେନ ଷ୍ଟୋକ୍ସ ଓ ପନ୍ତ ପରସ୍ପର ମୁହାଁମୁହିଁ ହୋଇ ଯୁକ୍ତିତର୍କ କରିଥିଲେ। କଥା ଏତେ ଆଗକୁ ବଢିଗଲା ଯେ ଅମ୍ପାୟରଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.