Below header

ପାଦ ଥାପିଲା ୨୦୨୧: ବର୍ଷର ପ୍ରଥମ ସୂର୍ଯ୍ୟକିରଣ ଦେଖିଲେ ବିଶ୍ୱବାସୀ

ଭୁବନେଶ୍ବର: ପାଦ ଥାପିଲା ୨୦୨୧। ବର୍ଷର ପ୍ରଥମ ସୂର୍ଯ୍ୟକିରଣ ଦେଖିଲେ ବିଶ୍ୱବାସୀ। ନୂଆ ଆଶା ନୂଆ ଉଦ୍ଦୀପନା ନେଇ ଆସିଛି ବର୍ଷ ୨୦୨୧। କୋଭିଡ୍‌ କଟକଣା ଭିତରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ବିଶ୍ୱବାସୀ। ହୋଟେଲ ଓ ବାହାରେ କଟକଣା ଲଗାଯାଇଥିବାରୁ ଘରେ ପରିବାର ଓ ସାଙ୍ଗସାଥୀଙ୍କ ମେଳରେ ବର୍ଷକୁ ସ୍ୱାଗତ ଜଣାଇଛନ୍ତି।

କେକ୍‌ କାଟିବା ସହ ଭୋଜିଭାତର ଆୟୋଜନ କରାଯାଇଥିଲା। ଆଜି ସକାଳୁ ଫୁଲ କିଣିବା ପାଇଁ ଫୁଲ ଦୋକାନ ମାନଙ୍କରେ ଭିଡ ଜମିଛି। ସେହିପରି ମନ୍ଦିର ବନ୍ଦ ଥିବାରୁ ଲୋକମାନେ ବାହାରେ ଦର୍ସନ କରି ନିଜର ଓ ପରିବାରର ମଙ୍ଗଳ ମନାସି ଦୀପ ଜାଳିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.