Below header

ପୂଜା ସମୟରେ ଦାଦାବଟି ମାଗି ଦୁର୍ଦ୍ଦାନ୍ତ ଅପରାଧୀ ରାକା ଗିରଫ, ଦେଶୀ ପିସ୍ତଲ ସହ ବାଇକ୍‌ ଜବତ

ଭୁବନେଶ୍ବର(କେନ୍ୟୁଜ୍): ଦୁର୍ଦ୍ଦାନ୍ତ ଅପରାଧୀ ରାକା ଗିରଫ । ପୂଜା ସମୟରେ ଦାଦାବଟି ଆଦାୟ ଅଭିଯୋଗରେ ରାକାକୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ । ତାଠାରୁ ଗୋଟିଏ ଦେଶୀ ପିସ୍ତଲ, ୭ ଶହ ଟଙ୍କା, ୨ଟି ମୋବାଇଲ୍‌ ଓ ପଲ୍‌ସର ବାଇକ୍‌ ଜବତ ହୋଇଛି । ଅଭିଯୁକ୍ତ ରାକା ଗୋଟିଏ ଅଭ୍ୟାସଗତ ଅପରାଧି ।

ତା ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି । ପୂର୍ବରୁ ଜାତୀୟ ସୁରକ୍ଷା ଏଜେନ୍ସି ଦ୍ୱାରା ଗିରଫ ହୋଇଥିଲା । ବିଭିନ୍ନ ସମୟରେ ଦୋକାନୀ, ବିଲଡ୍‌ର ଏବଂ ଯାତ୍ରୀଙ୍କୁ ବନ୍ଧୁକ ଦେଖାଇ ସେମାନଙ୍କଠାରୁ ଦାଦାବଟି ଆଦାୟ କରିଥାଏ । କମିଶନରେଟ୍‌ ପୋଲିସର ‘ଦାଦାବଟି କୁ ନା’ ଅଭିଯାନରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.