Below header

ଉତ୍ତର ଓ ଦକ୍ଷିଣରେ ବର୍ଷା, ଜଳୁଛି ଭୁବନେଶ୍ୱର ସମେତ ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା । ଏପଟେ ଜଳୁଛି ଭୁବନେଶ୍ୱର ଓ କଟକ ସମେତ ଆଭ୍ୟନ୍ତରୀଣ ଓଡ଼ିଶା । ଆଜି ସକାଳୁ କୋରାପୁଟ, ଜୟପୁର ଆଦି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ସନ୍ଧ୍ୟାରେ ବାଲେଶ୍ୱରରେ ଅଳ୍ପ କିଛି ସମୟ ପାଇଁ ଭଲ ବର୍ଷା ହୋଇଛି । ଫଳରେ ତାତି ଓ ଗୁଳୁଗୁଳିରୁ ତ୍ରାହି ପାଇଛନ୍ତି ଲୋକେ । ହେଲେ କଟକ, ଭୁବନେଶ୍ୱର ସମେତ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳଏବଂ ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଯନ୍ତ୍ରଣା ଜାରି ରହିଛି ।

BLS KALABAISAKHI-2
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ତାଳଚେରରେ ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଝାରସୁଗୁଡ଼ା, ଟିଟିଲାଗଡ଼ ଓ ସୋନପୁରରେ ରହିଥିଲା ୪୧ ଡିଗ୍ରୀ । ସମ୍ବଲପୁରରେ ୪୦.୫, ବଲାଙ୍ଗିରରେ ୪୦.୨, ଅନୁଗୁଳରେ ୪୦.୧, ଏବଂ କଟକରେ ୩୯.୫ ଓ ଭୁବନେଶ୍ୱରରେ ୩୯.୪ ଡିଗ୍ରୀ ସେଲସିୟସ ସର୍ବାଧିକ ତାପମାତ୍ରା ରହିଥିଲା ।
ଆଗାମୀ ୨୪ ଘଣ୍ଟା ଯାଏ ଏଭଳି ତାତି ଜାରି ରହିବ ଏବଂ ଉପକୂଳର କିଛି ଅଞ୍ଚଳରେ କାଳବୈଶାଖୀର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

TEMPERATURE_14

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.