ଗାଧୋଇବାକୁ ଯାଇ ବୈତରଣୀ ନଦୀରେ ବୁଡ଼ି ୨ ମୃତ

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ଗାଧୋଇବାକୁ ଯାଇ ବୈତରଣୀ ନଦୀରେ ବୁଡ଼ିଗଲେ ୨ ଜଣ । ମୃତକ ହେଲେ ଯାଜପୁର ଟାଉନ ଅଞ୍ଚଳର ଅନୱାର ହୁଦା ଓ ହରିପୁର ଅଂଚଳର ମୋଜାସମ । ରମଜାନ ଓଷା ଲାଗି ନମାଜ ପାଠ ସାରି ୫ ଜଣ ଯୁବକ ଯାଜପୁର ରୁଢିଆ ନିକଟସ୍ଥ ଆନିକଟକୁ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଏହି ଦୁଇ ଜଣ ନଦୀ ଭିତରକୁ ଖସି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଥିଲା । ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.