ନୃସିଂହନାଥ ପୀଠରେ ଆରମ୍ଭ ହୋଇଛି ବୈଶାଖି ମେଳା, ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା

ବରଗଡ଼ ଜିଲ୍ଲା ନୃସିଂହନାଥ ପୀଠରେ ପ୍ରଭୁଙ୍କ ଜନ୍ମୋତ୍ସବ ଅବସରରେ ବୈଶାଖି ମେଳା ଆରମ୍ଭ ହୋଇଛି। ଏହି ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରାର ଆୟୋଜନ କରାଯାଇଥିଲା। ଆଖପାଖ ଗାଁର ଶତାଧିକ ମହିଳା ଉପସ୍ଥିତ ରହି ପୂର୍ଣ୍ଣକଳସ ଆଣି ଯଜ୍ଞ ସ୍ଥଳରେ ସ୍ଥାପନ କରିଥିଲେ । ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ । ଏଥିରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିବ। ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ପକ୍ଷରୁ ପ୍ରଭୁ ନୃସିଂହନାଥଙ୍କ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତାତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ନୃସିଂହନାଥ ଆୟୁର୍ବେଦିକ ମହାବିଦ୍ୟାଳୟ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଖୋଲାଯାଇଛି । ମନ୍ଦିର ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.