ସୌରଶକ୍ତି ଦ୍ୱାରା ଚାଳିତ ରେଳ ସେବା ଆରମ୍ଭ କରିଛି ଅଷ୍ଟ୍ରେଲିଆ

ବିଜୁଳି ଶକ୍ତି ସଂରକ୍ଷଣ ବିଶ୍ୱ ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ। ଆଉ ସୌରଶକ୍ତିକୁ ବ୍ୟବହାର କରି କିଭଳି ଶକ୍ତି ସଞ୍ଚୟ କରାଯାଇପାରିବା ଏବେ ତା ଉପରେ ସମସ୍ତଙ୍କ ନଜର। ଅଷ୍ଟ୍ରେଲିଆର ରେଲୱେ କଂପାନୀ ଏହାକୁ କାମରେ କରି ଦେଖାଇଛି । ସଂପୂର୍ଣ୍ଣ ୧୦୦ % ସୌରଶକ୍ତି ଦ୍ୱାରା ଚାଳିତ ରେଳ ସେବା ଆରମ୍ଭ କରିଛି । ବେରନ ବେ ରେଲରୋଡ କଂପାନୀ ଦ୍ୱାରା କେବଳ ସୋଲାର ଟ୍ରେନ ନୁହେଁ, ବରଂ ପୁରା ଷ୍ଚେସନକୁ ସୌରଚାଳିତ କରାଯାଇଛି। ଏହି ରେଳ ଶହେଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରିବ। ଟ୍ରେନର ଛାତରେ ସୋଲାର ପ୍ୟାନେଲ ଲାଗିବା ସହ ଶକ୍ତି ସଞ୍ଚୟ ପାଇଁ ସେଥିରେ ଜେନେରେଟରର ମଧ୍ୟ ସୁବିଧା ରହିଛି। ଏଥିରେ ୭୭ କିଲୋୱାଟ ଶକ୍ତି ସଂଚୟ ହୋଇରହିଛି ଯାହା ମେଘୁଆ ପାଗରେ ମଧ୍ୟ ଟ୍ରେନର ଯାତ୍ରାରେ ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ । ତେବେ ପ୍ରାଥମିକ ଭାବେ ଏହା ସ୍ୱଳ୍ପ ଦୂରତା ମଧ୍ୟରେ ଚଳାଚଳ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.