Below header

ଜଳୁଛି ଓଡ଼ିଶା, ଆଜି ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

ଜଳୁଛି ଓଡ଼ିଶା। ଆଜି ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଡହ ଡହ ଖରାରେ ସିଝୁଛି ପଶ୍ଚିମ ଓଡ଼ିଶା। ଆଜି ୪୪.୮ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁର ୪୪.୭, ଟିଟିଲାଗଡ଼-୪୪.୬, ତାଳଚେର ୪୪.୩, ଝାରସୁଗୁଡ଼ା-୪୪, ବଲାଙ୍ଗୀର ୪୩.୭, ହୀରାକୁଦ ୪୩.୬, ମାଲକାନଗିରି ୪୩.୨, ଭବାନୀପାଟଣା ୪୩ ଡିଗ୍ରୀ ସେଲସିୟସ୍‌ ତାତି ରେକର୍ଡ କରାଯାଇଛି। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛି ଅଧା ଓଡ଼ିଶା। ମୁଣ୍ଡଫଟା ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ମୌସୁମୀ କେରଳ ଛୁଇଁବାରେ ବିଳମ୍ବ ହେଉଥିବାରୁ ଆହୁରି କିଛି ଦିନ ଗ୍ରୀଷ୍ମପ୍ରବାହରେ ଜନଜୀବନ ସନ୍ତୁଳି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.