ମୋଦି କ୍ୟାବିନେଟରେ ଓଡ଼ିଶାରୁ କାହାକୁ ଓ କେତେ ଜଣଙ୍କୁ ମିଳିବ ସ୍ଥାନ : ଚର୍ଚ୍ଚାରେ ଧର୍ମେନ୍ଦ୍ର, ଜୁଏଲ୍‌ ଏବଂ ସୁରେଶ ପୂଜାରୀ

ଆସନ୍ତା ୩୦ ତାରିଖରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ। ନୂଆ ମନ୍ତ୍ରୀ ଶପଥ ନେବେ। ଏଥିରେ ଓଡ଼ିଶାରୁ କେତେ ରହିବେ। ଅଧିକ ଚର୍ଚ୍ଚାରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ସୁରେଶ ପୂଜାରୀ । ଏହାରି ଭିତରେ, ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ଉଠୁଛି। ପ୍ରତାପଙ୍କର ଆରଏସ୍‌ଏସ୍‌ ସମର୍ଥନ ଥିବା ଚର୍ଚ୍ଚା ହେଉଛି । ସେପଟେ ଦଳର ଜାତୀୟ ସମ୍ପାଦକ ସୁନିଲ ଦେଓଧର ଟ୍ଵିଟ୍‌ କରି ପ୍ରତାପଙ୍କ ସରଳ ଜୀବନ ବିଷୟରେ ଉଲ୍ଲେଖ କରିଛନ୍ତି। ସୁନିଲ, ତ୍ରିପୁରା ବିଜେପି ପ୍ରଭାରୀ ସହ ଆନ୍ଧ୍ରର ସହପ୍ରଭାରି ଅଛନ୍ତି। ୨୦୧୪ରେ ମୋଦିଙ୍କ କ୍ୟାମ୍ପେନ ମ୍ୟାନେଜର ଥିଲେ। ତେଣୁ ଦେଓଧରଙ୍କର ପ୍ରତାପଙ୍କ ସରଳ ଜୀବନ ଉପରେ ଟ୍ଵିଟ୍‌, ତାଙ୍କ ପ୍ରତି ଥିବା ସମର୍ଥନ ବାରି ହେଉଛି।

୨୦୧୪ରେ ବିଜେପି, ଗୋଟିଏ ଲୋକସଭା ଆସନ ଜିତିଥିଲା । ଦୁଇ ଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ହେଲେ । ଏଥର ଓଡ଼ିଶାରୁ ଦଳ ୮ଟି ଲୋକସଭା ଆସନ ଜିତିଛି। ତେଣୁ ଅଧିକ ମନ୍ତ୍ରୀ ପଦ ଆଶା କରାଯାଉଛି । ଜୁଏଲ ଓରାମ କହିଛନ୍ତି, ମୋଦି ଓ ଶାହାଙ୍କ ଲୁକ୍‌ ଇଷ୍ଟ ନୀତିରୁ ବିଜେପିକୁ ସଫଳତା ମିଳିଛି । କିନ୍ତୁ ଏ ସଫଳତାରେ ଦଳ ସେତେଟା ସନ୍ତୁଷ୍ଟ ନୁହେଁ ।

ଏଥର ନିର୍ବାଚନରେ ଦେଶରେ ବିଜେପି ଏକାକୀ ୩୦୩ ଆସନ ଜିତିଛି । ଆବଶ୍ୟକ ବହୁମତରୁ ଢେରେ ଅଧିକ। ଏବେ କେଉଁ ରାଜ୍ୟରୁ କେତେ ଜଣଙ୍କୁ ମନ୍ତ୍ରିପଦ ମିଳିବ ତାକୁ ନେଇ ଚାଲିଛି ଅଙ୍କକଷା ଚାଲିଛି । ଏ ଗଣିତରେ ଓଡ଼ିଶାର ଭାଗ କେତେ ପଡିବ, ମେ ୩୦ରେ ଜଣା ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.