Below header

ସୁରଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ସଜାଗ ଓଡ଼ିଶା ଅଗ୍ନିଶମ ବିଭାଗ : କଟକ-ଭୁବନେଶ୍ୱରର ବିଭିନ୍ନ ସେଣ୍ଟରରେ ୨୨ଟି ଟିମ୍‌ର ଚଢ଼ାଉ

ସୁରଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡ୍‌ରେ ଓଡ଼ିଶା ଅଗ୍ନିଶମ ବିଭାଗ । କଟକ-ଭୁବନେଶ୍ୱରରେ ଥିବା କୋଚିଂ ସେଣ୍ଟରରେ ତନାଘନା । ଅଗ୍ନି ନିରାପତ୍ତା ବ୍ୟବସ୍ଥା ହୋଇଛି କି ନାହିଁ ଯାଞ୍ଚ କରିଛନ୍ତି ୨୨ଟି ଟିମ୍‌ । ପ୍ରତି ଟିମ୍‌ରେ ଥିଲେ ୫ଜଣ ଅଗ୍ନିଶମ କର୍ମଚାରୀ । ହଠାତ୍‌ ନିଆଁ ଲାଗିଲେ କିଭଳି ଲିଭାଇବେ ? ଲାଇସେନ୍ସ ଅଛି କି ନାହିଁ? ଏଭଳି ବିଭିନ୍ନ ଦିଗକୁ ନେଇ ତନ୍ନତନ୍ନ ଯାଞ୍ଚ କରୁଥିଲେ ଅଗ୍ନିଶମ ବାହିନୀ ଟିମ୍‌ ଛାତ୍ରଛାତ୍ରୀମାନଙ୍କୁ ବି ସଚେତନ କରାଇଥିଲେ ।

ଅଗ୍ନିଶମ ଅଧିକାରୀଙ୍କୁ ମଧ୍ୟ ସହଯୋଗ କରିଥିଲେ ରାଜଧାନୀର ବିଭିନ୍ନ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ। ଯେଉଁ ସବୁ କୋଚିଂ ସେଣ୍ଟରରେ ତ୍ରୁଟି ଦେଖାଯାଇଛି ସେମାନଙ୍କୁ ନୋଟିସ କରାଯାଇଛି । ତାପରେ ସୁଧାର ନଆସିଲେ କାର‌୍ୟ୍ୟାନୁଷ୍ଠାନ ନେବେ ଅଗ୍ନିଶମ ବିଭାଗ ।

ଗତ ଦୁଇଦିନ ତଳେ ସୁରଟ ତକ୍ଷଶିଳା କମ୍ପ୍ଲେକ୍ସରେ ଥିବା ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୨୦ଜଣ ଛାତ୍ରଛାତ୍ରୀଙ୍କ ଜୀବନ ଯାଇଥିଲା। ଏହାପରେ ଓଡିଶାରେ ଥିବା କୋଚିଂ ସେଣ୍ଟର ସୁରକ୍ଷା ନେଇ ଉଠିଥିଲା ପ୍ରଶ୍ନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.