ଯେଉଁ ପଣ୍ଡିତ କରାଇଥିଲେ ବିବାହ, ୧୫ ଦିନ ପରେ ସେହି ପଣ୍ଡିତ ସହ ଫେରାର ହୋଇଗଲେ କନ୍ୟା

ନୂଆଦିଲ୍ଲୀ : ଆପଣ କେବେ ଶୁଣିଛନ୍ତି କି,ଯେଉଁ ପଣ୍ଡିତ ବାହାଘର କରାଇ ଥାଏ ସେହି ପଣ୍ଡିତ ସହିତ କନ୍ୟା ଫେରାର ହେଇଥିବ ଘଟଣା? ଆପଣଙ୍କୁ ଏହା ଅବିଶ୍ୱାସ ଲାଗୁଥିବା ନା? କିନ୍ତୁ ଏହା ବସ୍ତବରେ ସତ୍ୟ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ସିରୋଜର ଟେରି ବାଗରେଦ ଅଞ୍ଚଳରେ । ଯେଉଁ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଜଣେ ୨୧ ବର୍ଷିୟା ଯୁବତୀଙ୍କର ଗଞ୍ଜବାସୌଦା ସ୍ଥିତ ଆସଟ ଗାଁର ଜଣେ ଯୁବକଙ୍କ ସହିତ  ୭ ମଇରେ ବାବାହ ହୋଇଥିଲା । ଏହି ବାହାଘରରେ ଟେରି ବାଗରୋଦ ମନ୍ଦିରର ପୁରୋହିତ ବିନୋଦ ଶର୍ମା ବିବାହର ସବୁ ପ୍ରକୀୟା କରାଇଥିଲେ ।ବାହା ଘର ପରେ କନ୍ୟା ନିଜ ଶଶୁର ଘରକୁ ଯାଇଥିଲେ ଓ ସେଠାରେ ୩ ଦିନ ରହିବା ପରେ ପୁଣି ବାପଘରକୁ ଆସିଥିଲେ । ୨୩ମଇର ରାତିରେ ପରିବାର ଲୋକେ ଗାଁର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ । ସେହି ସମୟରେ କନ୍ୟା ଜଣକ ପଣ୍ଡିତଙ୍କ ସହିତ ଫେରାର ହୋଇଯାଇଥିଲେ ।

ପୋଲିସର କହିବା ମୁତାବକ ନବବିବାହିତ ଯୁବତୀ ପାଖାପାଖି ଦେଢ ଲକ୍ଷ ଟଙ୍କାର ଅଳଙ୍କାର ଓ ୩୦ ହଜାର ନଗଦ ଟଙ୍କା ନିଜ ସାଥିରେ ନେଇ ଯାଇଛନ୍ତି ଯହା ଶଶୁର ଘର ପକ୍ଷରୁ ମିଳିଥିଲା । ଯୁବତୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ପରେ ପୋଲିସ ନଖୋଜ ମାମଲା ରୁଜୁ କରି ଛାନ ଭିନ୍‌ ଚଳାଇଛି ।

ସୂଚନା ଅନୂସାରେ ଯୁବତୀ ଜଣକ ଯେଉଁ ପଣ୍ଡିତ ସାଥିରେ ଫେରାର ହୋଇଛନ୍ତି ସେ ପୂର୍ବରୁ ବିବାହିତ ଓ ତାଙ୍କର ତିନୋଟ ସନ୍ତାନ ମଧ୍ୟ ଅଛି । ବର୍ତ୍ତମାନ ପୁରୋହିତଙ୍କ ପରିବାରର ସମସ୍ତେ ଫେରାର ଅଛନ୍ତି । କୁହାଯାଉଛି ଯେ,ପୁରୋହିତଙ୍କ ସହ ଯୁବତୀଙ୍କ ଦୁଇ ବର୍ଷ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.