Below header

ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ,  ୭ଟି ଜିଲ୍ଲାକୁ ଆଲର୍ଟ ଜାରି

କେନ୍ୟୁଜ୍: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ରାୟଗଡାରେ ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀ ଥିବା ୭୦ଟି ପରିବାରକୁ ଜଳବନ୍ଦୀରୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସେହିଭଳି ବିଷମକଟକରେ ୭୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କଲ୍ୟାଣସିଂହପୁରରେ ୨ ଶହ, ଗୁଣପୁରରେ ୨୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୩ଟି ରିଲିଫ କ୍ୟାମ୍ପରେ ମାଗଣା ଖାଦ୍ୟ ପ୍ରଦାନ କରାଯାଇଛି । ବିଷମକଟକ, ଚନ୍ଦ୍ରପୁର, ଗୁଡାରୀ, ଗୁଣପୁର, କଲ୍ୟାଣସିଂହପୁର, କାଶିପୁର, ମୁନିଗୁଡା, ରାମନାଗୁଡା ପ୍ରଭାବିତ ହୋଇଛି । ସେପଟେ କନ୍ଧମାଳରେ ପ୍ରବଳ ବର୍ଷା ପରେ ଦୁଇ ଜଣ ନିଖୋଜ ରହିଛନ୍ତି । ତୁମୁଡିବନ୍ଧ ବ୍ଲକ ମୁଣ୍ଡିମାସ୍କା ଗାଁର ଦିନବନ୍ଧୁ ମାଝି, ପୁର୍ଣ୍ଣେନ୍ଦୁ ମାଝି ନିଖୋଜ ଅଛନ୍ତି । ପାଣି ଘେରରେ ଥିବା ୬ଟି ଜିଲ୍ଲାର ୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୨୧୭୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସେମାନଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦିଆଯାଉଛି । ଓଡ୍ରାଫ, ଫାୟାର ସର୍ଭିସ ଟିମ୍‌ ସମସ୍ତ ୭ଟି ଜିଲ୍ଲାରେ ମୁତୟନ ରହିଛନ୍ତି । ସମ୍ବେଦନଶୀଳ ଅଞ୍ଚଳରେ ପରସ୍ଥିତିକୁ ଦେଖି ପ୍ରଭାବିତ ଜିଲ୍ଲାରେ ବରିଷ୍ଠ ଅଧିକାରୀ ଆଲର୍ଟ ରହିବାକୁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.