ବାଲେଶ୍ଵର: ପୁଣି ଅଲୋଡା ହେଲା ଶିଶୁ କନ୍ୟା

ବାଲେଶ୍ଵର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ମହିସାପଟା ପଞ୍ଚାୟତର ଶାଳବଣି ଗ୍ରାମରେ ଆରତି ସିଂଙ୍କ ଘରେ କେହି ଜଣେ ନିର୍ଦ୍ଦୟ ବ୍ୟକ୍ତି ଏକ ନବଜାତ ଶିଶୁ କନ୍ୟାକୁ ଛାଡି ଦେଇ ଚାଲିଯାଇଥିବା ଦେଖିବାକୁ ମିଳିଛି। ଶିଶୁ କନ୍ୟାଟି ଜୀବିତ ଥିବା ବେଳେ ରାତିରେ ଗ୍ରାମବାସୀ ଚାଇଲ୍ଡ ଲାଇନ ସଦସ୍ୟଙ୍କୁ ଫୋନ କରିଥିଲେ ମଧ୍ଯ କେହି ଫୋନ ଉଠାଇନଥିଲେ। ରାତିରେ ଶିଶୁଟି ଗାଁର ଆରତୀ ନାମକ ମହିଳାଙ୍କ ପାଖରେ ଥିବାବେଳେ ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରିଛନ୍ତି ।