Below header

ପୁରୀ ସହରର ସୌନ୍ଦର୍ଯ୍ୟ ବଢ଼ାଇବାକୁ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହେବ ପାର୍କ, ତୁରନ୍ତ କାମ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପୁରୀ(କେନ୍ୟୁଜ୍): ପୁରୀ ସହରର ସୌନ୍ଦର୍ଯ୍ୟ ବଢ଼ାଇବାକୁ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ ପାର୍କ । ସହରରେ ପ୍ରାକୃତିକ ସବୁଜିମା ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବିଶେଷକରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନାରେ ଥିବା ବନୀକରଣ ଓ ପାର୍କ ପ୍ରତିଷ୍ଠା କାମ ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପ୍ରଳୟଙ୍କାରୀ ବାତ୍ୟା ଫନି ମାଡ଼ରେ ସହରର ସବୁଜିମା ଉଜୁଡ଼ି ଯାଇଥିଲା । ତେଣୁ ସହରରୁ ସୌନ୍ଦର୍ଯ୍ୟକରଣ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସହରର ବଳିଆପଣ୍ଡା, ଶ୍ରୀକ୍ଷେତ୍ର କଲୋନୀ, ସର୍ବୋଦୟ ନଗର, ଆଖଣ୍ଡଳମଣୀ, ଢିପ ଜାଗା ଗୁଡ଼ିକରେ ନୂଆ ପାର୍କ ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି । ବିଶେଷ କରି ଅବଢା ଯୋଜନାରେ ବଳିଆପଣ୍ଡାରେ ୫ ଏକର ସ୍ଥାନରେ ୨ କୋଟି ୩୧ ଲକ୍ଷ ଟଙ୍କା ବ୍ୟୟରେ ସବୁଠାରୁ ବଡ଼ ପାର୍କ ନିର୍ମାଣ ହେବ । ସେହିପରି ଅମୃତ ଯୋଜନାରେ ୨୪ ଲକ୍ଷ ଟଙ୍କା ବ୍ୟୟରେ ସର୍ବୋଦୟ ନଗର ପାର୍କ ଏବଂ ୨୩ ଲକ୍ଷ ଟଙ୍କା ବ୍ୟୟରେ ଶ୍ରୀକ୍ଷେତ୍ର କଲୋନି ପାର୍କ କରାଯିବ । ତେବେ ୫ ମାସ ମଧ୍ୟରେ ଏହି ସବୁ ପାର୍କ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.