ଲଗାଣ ବର୍ଷାରେ କଟକ ସହର ଜଳାର୍ଣ୍ଣବ, ନାଳ ପାଣି ରାସ୍ତାରେ ଦୀର୍ଘ ସମୟ ଧରି ଜମି ରହିବା ଫଳରେ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ

କଟକ(କେନ୍ୟୁଜ୍): ଲଗାଣ ବର୍ଷାରେ କଟକ ସହର ଜଳାର୍ଣ୍ଣବ। ବର୍ଷା ତୁହାକୁ ତୁହା ଲାଗି ରହିବା ଫଳରେ ସହରର ବାଦାମବାଡ଼ି ମୁଖ୍ୟ ରାସ୍ତା, ରାଉସା ପାଟଣା, ପଟାପୋଲ, ପ୍ରେସ ଛକର ତଳିଆ ଅଞ୍ଚଳରେ ଜମି ରହିଛି ପାଣି। ନାଳ ପାଣି ରାସ୍ତାରେ ଦୀର୍ଘ ସମୟ ଧରି ଜମି ରହିବା ଫଳରେ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି।