କୋରାପୁଟ: ମଦ ବିରୋଧରେ ଆଦିବାସୀଙ୍କ ରଣହୁଙ୍କାର, ଗାଁକୁ ମଦମୁକ୍ତ କରିବାକୁ ଆଗେଇ ଆସିଲେ ଶହ ଶହ ଲୋକ

କୋରାପୁଟ(କେନ୍ୟୁଜ୍): ମଦ ବିରୋଧରେ କୋରାପୁଟରେ ଆଦିବାସୀଙ୍କ ରଣହୁଙ୍କାର । ନିଜ ଗାଁକୁ ମଦମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି କୋରାପୁଟ ଜିଲ୍ଲା କୋଠପାଡ ବ୍ଲକ ମୁର୍ତ୍ତାହାଣ୍ଡି ପଞ୍ଚାୟତର ଶହଶହ ମହିଳା ଓ ପୁରୁଷ । ସମସ୍ତଙ୍କ ହାତରେ ଲାଠି ଓ ମଦ ବିରୋଧି ସ୍ଲୋଗାନ । ଆଉ ମାଡି ଚାଲିଛନ୍ତି ଆଗକୁ । ପ୍ରତି ଘରଠୁ ଆରମ୍ଭ କରି ମଦ ଭାଟି ପର୍ଯ୍ୟନ୍ତ ସବୁଠି ସର୍ଚ୍ଚ ଅପରେସନ କରାଯାଇଛି ।। ଦେଶୀ ମଦ ଭାଟି ଭାଙ୍ଗିବା ସହ ଘରେ ଘରେ ଲୁଚା ଯାଇଥିବା ମଦ ପୋଚକୁ ନଷ୍ଟ କରିଛନ୍ତି। ଏମିତିକି ଏମାନଙ୍କ ଠାରୁ ବର୍ତ୍ତିବାକୁ ମାଟି ତଳେ ମଦ ପୋତି ରଖିଥିବା ବେଳେ ସେଠାରୁ ମଧ୍ୟ ମଦକୁ ନଷ୍ଟ କରାଯାଇଛି । ତେବେ ଆଗକୁ ଗାଁକୁ ଗାଁ ବୁଲି ମଦ ବିରୋଧରେ ଲୋକଙ୍କୁ ସଚେତନ କରାଇବା ସହ ଚୋରା ମଦ ମାଫିଆଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଏମାନେ ନିଷ୍ପତ୍ତି ନେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.